ମହାନଗର

Undeclared parking: ଫ୍ଲାଏଓଭର୍‌ ତଳ ପାଲଟିଛି ଅଘୋଷିତ ପାର୍କିଂ

ଫ୍ଲାଏଓଭର କିମ୍ବା ରେଲୱେ ଓଭରବ୍ରିଜ୍‌ ତଳେ ପାର୍କିଂ ମନା। ଏଠାରେ ଗାଡ଼ି ରଖିଲେ, ଜରିମାନା ଦେବାକୁ ପଡ଼ିବ। ବାରମ୍ବାର ଏହି ନିର୍ଦ୍ଦେଶ ଅମାନ୍ୟ କଲେ ଗାଡ଼ି ଜବତ ହେବ ବୋଲି ଉଭୟ କମିସନରେଟ୍‌ ପୁଲିସ୍‌ ଓ ବିଏମସି ପକ୍ଷରୁ ନିୟମ ହୋଇଥିଲା।

ଭୁବନେଶ୍ୱର: ଫ୍ଲାଏଓଭର କିମ୍ବା ରେଲୱେ ଓଭରବ୍ରିଜ୍‌ ତଳେ ପାର୍କିଂ ମନା। ଏଠାରେ ଗାଡ଼ି ରଖିଲେ, ଜରିମାନା ଦେବାକୁ ପଡ଼ିବ। ବାରମ୍ବାର ଏହି ନିର୍ଦ୍ଦେଶ ଅମାନ୍ୟ କଲେ ଗାଡ଼ି ଜବତ ହେବ ବୋଲି ଉଭୟ କମିସନରେଟ୍‌ ପୁଲିସ୍‌ ଓ ବିଏମସି ପକ୍ଷରୁ ନିୟମ ହୋଇଥିଲା। ଓଭରବ୍ରିଜ୍‌ ଓ ଫ୍ଲାଏଓଭର ତଳେ ବର୍ଷ ବର୍ଷ ଧରି ପଡ଼ିରହୁଥିବା ଭଙ୍ଗାଦଦରା ଗାଡ଼ି ଓ ଏଠାରେ ପାର୍କିଂ ହେଉଥିବା ଗାଡ଼ି, ଟ୍ରକ୍‌ ଓ କାର୍‌ଗୁଡ଼ିକ ଯୋଗୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା। ହେଲେ ବର୍ତ୍ତମାନ ସହରର ବିଭିନ୍ନ ଫ୍ଲାଏଓଭର ଓ ଓଭରବ୍ରିଜ୍‌ ତଳର ସ୍ଥିତିକୁ ଦେଖିଲେ ଏହି ନିୟମ ଫୁ ହୋଇଯାଇଥିବା ବୋଧ ହେଉଛି।

ଭିଏସ୍‌ଏସ୍‌ନଗର-ରସୁଲଗଡ଼ ସଂଯୋଗକାରୀ ଫ୍ଲାଏଓଭର ତଳେ ନିର୍ମାଣ ବର୍ଜ୍ୟ ଗଦା ହୋଇଛି,  ଅସ୍ଥାୟୀ ପାର୍କିଂ ପାଲଟିଛି।  ଫ୍ଲାଏଓଭର ତଳେ ଲୁହା ବାଡ଼ ଲଗାଯିବା ସହିତ ଭିତର ମଧ୍ୟ ସୁନ୍ଦର ଦେଖାଯାଉଥିଲା। ହେଲେ ବର୍ତ୍ତମାନ ଏହି ଲୁହାବାଡ଼ା ଆଉ ନାହିଁ। ସବୁ ଲୁହାବାଡ଼ା ଚୋରି ହୋଇଯାଇଛି।  ଏନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା ମାର୍ଚ୍ଚ ସୁଦ୍ଧା ଲୁହାବାଡ଼ା ଲଗାଯିବ ବୋଲି କହିଛନ୍ତି।

ସେହିପରି ଲକ୍ଷ୍ମୀସାଗର, ବମିଖାଲ, ସତ୍ୟନଗର ତଳେ ସେମିତି ଦିନ ଓ ରାତି ଧାଡ଼ି ଧାଡ଼ି ହୋଇ ବାଇକ୍‌ ଓ ଚାରିଚକିଆ ଯାନ ରଖାଯାଉଛି। ସହିଦନଗର ଫ୍ଲାଏଓଭର ତଳେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବିଏମ୍‌ସି ଡେପୁଟି କମିସନର୍‌(ପାର୍କିଂ) ଅଶୋକ ଦାସ କହିଛନ୍ତି, ଓଭରବ୍ରିଜ୍‌ ତଳେ ଯେଉଁମାନେ ଗାଡ଼ି ରଖୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଏମ୍‌ସିର ଟୋଇଂ ଭେହିକିଲ୍‌ ବି ବୁଲୁଛି। ଏଭଳି ଯେଉଁଠି ବି ଦେଖାଯାଉଛି, ସେମାନଙ୍କ ଗାଡ଼ି ଉଠାଇ ନିଆଯାଉଛି ଏବଂ ଜରିମାନା କରାଯାଉଛି। ବମିଖାଲ ପାର୍କିଂ ସମସ୍ୟା ପାଇଁ ଏକ ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି ଏବଂ  ଏହାର ଟେଣ୍ଡର ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button