ରାଜ୍ୟ
Undertrial Prisoner Dies ଯାଜପୁରରୋଡ଼ ସବ୍ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଯାଜପୁରରୋଡ଼ ଉପକାରାଗାରରେ ୩୫ ବର୍ଷୀୟ ବିଚାରାଧୀନ କଏଦୀ ଅବିନାଶ ବିଶ୍ୱାଳଙ୍କ ମୃତ୍ୟୁ। ଜେଲ୍ କର୍ତ୍ତୃପକ୍ଷ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଯୋଜନାବଦ୍ଧ ହତ୍ୟା ଅଭିଯୋଗ କରିଛି।

ରଗଡ଼ି(ମନୋଜ ରାଉଳ): ଯାଜପୁରରୋଡ଼ ଉପକାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଜେଲ୍ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କଏଦୀଙ୍କ ପରିବାର ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରାଯାଇଛି।
କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଏନେଇକହିଛନ୍ତି, ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।
ପୁରୀ କଏଦୀ ମୃତ୍ୟୁ ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ଉପକାରାଗାରରେ ଏକାଧିକ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଏବଂ ଜେଲ୍ ପାଚେରି ଡେଇଁ କଏଦୀ ଫେରାର ହେବା ଭଳି ଘଟଣା ସାମ୍ନାକୁ ଆସିଛି।
ସୌଜନ୍ୟ ସମ୍ବାଦ




