ଦେଶ ବିଦେଶ

Union Minister Jayant Chaudhary: କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ପୁଲିସ କରୁଛି ଖୋଳତାଡ଼..

Union Minister Jayant Chaudhary: କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ପୁଲିସ କରୁଛି ଖୋଳତାଡ଼..

ନୂଆଦିଲ୍ଲୀ, ୨୦/୩: କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ ମିଳିଛି। ଶୁକ୍ରବାର ଏକ ଅଜଣା ଫୋନ ନମ୍ବରରୁ ଚୌଧୁରୀଙ୍କୁ ହତ୍ୟା ଧମକ ମିଳିବା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ଛାନଭିନ କରୁଛି ପୁଲିସ

ପୁଲିସ କହିଛି ତୋଗଲକ୍‌ ରୋଡ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଫୋନ୍‌ କଲ୍‌ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ‘ଇସ୍‌ମାଇଲ’ ନାମକ ଜଣେ ବ୍ୟକ୍ତି କରିଥିବାବେଳେ ତା’ ନିକଟରେ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ରହିଛି ବୋଲି ଦିଲ୍ଲୀ ପୁଲିସ କହିଛି। ପଶ୍ଚିମବଙ୍ଗ ପୁଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ମନ୍ତ୍ରୀଙ୍କ ପିଏ ବିଶ୍ବବେନ୍ଦ୍ର ଶାହଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିଲା।

ଚୌଧୁରୀଙ୍କ ଆରଏଲଡି ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରଭାବ ରହିଛି। ୨୦୨୪ ପର୍ଯ୍ୟନ୍ତ ସେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର ସହିତ ମେଣ୍ଟରେ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଜୟନ୍ତଙ୍କ ଜେଜେ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ସ୍ଥିର କରିଥିଲେ। ଏହି ଘଟଣା ପରେ ଜୟନ୍ତ ବିଜେପି ନେତୃତ୍ବାଧୀନ ଏନଡିଏରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button