ମହାନଗର

Urban Development: ସହରାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାର ସମୀକ୍ଷା: ପ୍ରକଳ୍ପ ତ୍ବରାନ୍ବିତ ଓ ଅର୍ଥର ସମୟୋଚିତ ବିନିଯୋଗ ନିର୍ଦ୍ଦେଶ

ନଗର ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କର। ଯାହା ଅନୁଦାନ ମିଳୁଛି ସମୟ ଅବଧି ଭିତରେ ଖର୍ଚ୍ଚ କର ଓ ୟୁସି ଦାଖଲ କର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କର। ଯାହା ଅନୁଦାନ ମିଳୁଛି ସମୟ ଅବଧି ଭିତରେ ଖର୍ଚ୍ଚ କର ଓ ୟୁସି ଦାଖଲ କର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ବେଳେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଦୂର କରିବା ସହ ସମନ୍ୱିତ ପଦକ୍ଷେପ, ନିୟମିତ ତଦାରଖ ଉପରେ ଗୁରୁତ୍ବାରୋପ କରିଛନ୍ତି। ଆଜି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ନଗର ଉନ୍ନୟନ ମନ୍ତ୍ରୀ ଡ. ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଭାଗ ତରଫରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଡ. ମହାପାତ୍ର କହିଥିଲେ, ବିଭିନ୍ନ ଆୟ ବର୍ଗର ଲୋକଙ୍କ ପାଇଁ ସରକାର ସୁଲଭ ମୂଲ୍ୟରେ ଆବାସ ବ୍ୟବସ୍ଥା କରୁଛନ୍ତି। ଆର୍ଥିକ ଦୁର୍ବଳ, ନିମ୍ନ ଆୟ ଓ ମଧ୍ୟମ ଆୟ ବର୍ଗଙ୍କ ପାଇଁ ନୂତନ ଆବାସ ମଡେଲ ବିକଶିତ କରିବା ସହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଡ଼ା ଘର ଯୋଜନା ଆରମ୍ଭ କରାଯାଉଛି।

ମହାରାଷ୍ଟ୍ର ଯିବେ ବୈଷୟିକ ଦଳ

ମହାରାଷ୍ଟ୍ରର ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ସେଠାରେ ପ୍ରିକାଷ୍ଟ ନିର୍ମାଣ ପ୍ରଯୁକ୍ତିବିଦ୍ୟା ଓ ‘ମିସନ୍ ୧୦୦’ ଭଳି ପଦକ୍ଷେପ ନିଆଯାଇଛି, ଯେଉଁଥିରେ ୧୦୦ ଦିନରେ ୧୦୦ଟି ଘର ନିର୍ମାଣ କରାଯାଇପାରୁଛି। ଓଡ଼ିଶାରେ ଏଭଳି ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯିବାର ସମ୍ଭାବନା ଅନୁଧ୍ୟାନ କରିବା ପାଇଁ ଏକ ବୈଷୟିକ ଦଳ ମହାରାଷ୍ଟ୍ର ପଠାଯିବ। ସହରାଞ୍ଚଳକୁ ଯୋଜନାବଦ୍ଧ ଓ ବ୍ୟବସ୍ଥିତ ଢଙ୍ଗରେ ବିକାଶ ପାଇଁ ଟାଉନ୍ ପ୍ଲାନିଂ ଯୋଜନାର ପରିସର ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମନ୍ତ୍ରୀ କହିଥିଲେ, ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଗମନାଗମନ ସୁଗମ ପାଇଁ ଓଡ଼ିଶା ଯାତ୍ରୀ ଆପ୍‌ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଯଦ୍ଦ୍ବାରା ଯାତ୍ରୀଙ୍କୁ ଅଧିକ ସୁବିଧାଜନକ ଓ ନିର୍ଭରଯୋଗ୍ୟ ଗମନାଗମନ ସୁବିଧା ଯୋଗାଇହେବ। ଚାଳକମାନେ ବି ସ୍ଥାୟୀ ଜୀବିକା ପାଇପାରିବେ।
ବୈଠକରେ ମୌସୁମୀ ବର୍ଷା ଯୋଗୁ ସହରାଞ୍ଚଳ ରାସ୍ତାଘାଟ ଓ ଡ୍ରେନେଜ୍ ଭିତ୍ତିଭୂମିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବର୍ଷା ଯୋଗୁ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜଳବନ୍ଦି ସମସ୍ୟା ଦୂର ପାଇଁ ସମସ୍ତ ସହରାଞ୍ଚଳ ବର୍ଜ୍ୟଜଳ ପରିଚାଳନା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି କରିବାକୁ କହିଥିଲେ। ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, କ୍ରୁଟ୍‌ର ବରିଷ୍ଠ ଅଧିକାରୀ ଓ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button