ବାଣିଜ୍ୟ

Urea Rate: ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ

ୟୁରିଆ ସାରର ଖୁଚୁରା ଦାମ୍‌ରେ ସାମାନ୍ୟ ବୃଦ୍ଧି କରିବାକୁ ଅର୍ଥନୈତିକ ସ‌ର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବାରୁ ଚାଷୀମାନେ ଏହି ସାରକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଦଶନ୍ଧିରୁ ଅଧିକ ସମୟ ଧରି ଏହାର ମୂଲ୍ୟ ବଢ଼ାଯାଇନାହିଁ

ନୂଆଦିଲ୍ଲୀ: ୟୁରିଆ ସାରର ଖୁଚୁରା ଦାମ୍‌ରେ ସାମାନ୍ୟ ବୃଦ୍ଧି କରିବାକୁ ଅର୍ଥନୈତିକ ସ‌ର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବାରୁ ଚାଷୀମାନେ ଏହି ସାରକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଦଶନ୍ଧିରୁ ଅଧିକ ସମୟ ଧରି ଏହାର ମୂଲ୍ୟ ବଢ଼ାଯାଇନାହିଁ। ସେଥିପାଇଁ ସାର ସବ୍‌ସିଡି ପରିମାଣର ପ୍ରତିବର୍ଷ ବଢ଼ୁଛି। ୨୦୨୫-୨୬ରେ ସାର ସବ୍‌ସିଡି ୧.୯୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆକଳନ କରାଯାଇଛି। ସବ୍‌ସିଡି ବିଲ୍‌ କମ୍‌ କରିବା ଓ ୟୁରିଆର ଅତ୍ୟଧିକ ବ୍ୟବହାର ରୋକିବା ଲାଗି ତାହାର ଖୁଚୁରା ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିବାକୁ ରିପୋର୍ଟରେ କୁହାଯାଇଛି।

ଚାଷୀମାନଙ୍କୁ ଏକର ପିଛା ହିସାବରେ ସିଧାସଳଖ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ଚାଷୀଙ୍କ କ୍ରୟ ଶକ୍ତି ବଜାୟ ରହିବ ଓ ନାଇଟ୍ରୋଜେନ୍‌ର ତୁଳନାତ୍ମକ ମୂଲ୍ୟ ସନ୍ତୁଳିତ ରହିପାରିବ। ଚଳିତ ଆର୍ଥିକ ବର୍ଷରେ ୟୁରିଆ ବ୍ୟବହାର ସର୍ବକାଳୀନ ରେକର୍ଡ ସ୍ତର ୪୦ ନିୟୁତ ଟନ୍‌ରେ ପହଞ୍ଚିବା ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button