ଦେଶ ବିଦେଶ

US-Israeli Strikes: ହର୍ମୁଜ ନିକଟରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ୫ ମୃତ

US-Israeli Strikes: ହର୍ମୁଜ ନିକଟରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ୫ ମୃତ

ତେହେରାନ: ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ରବିବାର ମଧ୍ୟ ତୀବ୍ର ଯୁଦ୍ଧ ଦେଖିବାକୁ ମିଳିଛି। ଆମେରିକା- ଇସ୍ରାଏଲ ରବିବାର ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ବନ୍ଦର ସହଇରାନ, କୁଏତ୍‌, ବାହାରିନ ଓ ସାଉଦି ଆରବ ସହିତ ଇରାକରେ କୁର୍ଦ୍ଦିସ୍‌ ଅଞ୍ଚଳର ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ ହୋଇଛି। ର ଉପରେ ଆକ୍ରମଣ କରିଥିବାବେଳେ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଇରାନର ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛି। ଏହି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଆଇଆର୍‌ଏନ୍‌ଏ ନ୍ୟୁଜ ଏଜେନ୍ସି ପ୍ରକାଶ କରିଛି।

କତରର ଏକ ନ୍ୟୁଜ ଚାନେଲ ଅଲ୍‌ ଆରବୀ ରବିବାର ପ୍ରକାଶ କରିଛି ଯେ, ଇସ୍ରାଏଲ କ୍ଷେପଣାସ୍ତ୍ର ଆକ୍ରମଣରେ ତେହେରାନରେ ଥିବା ଏହାର କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ ଅଲ ଅରବି ଟିଭି ଚାନେଲ କାର୍ଯ୍ୟାଳୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ସିଧା ପ୍ରସାରଣ ବାଧାପ୍ରାପ୍ତ ହୋଇଛି ବୋଲି ‘ଏକ୍ସ’ରେ ପୋଷ୍ଟ କରି ପ୍ରକାଶ କରିଛି।

କାର୍ଯ୍ୟାଳୟ ଭିତରର ଭିଡିଓ ଫୁଟେଜରେ ଝରକା ଭାଙ୍ଗି କାଚ ଇଆଡ଼େ ସିଆଡ଼େ ପଡ଼ିଥିବାବେଳେ ଚାରିଆଡ଼େ ଭଗ୍ନାବଶେଷ ପଡ଼ି ରହିଛି। କାର୍ଯ୍ୟାଳୟ ବାହାରେ ମଧ୍ୟ ଭଗ୍ନାବଶେଷ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଆମେରିକାର ଆକ୍ରମଣକୁ ଇରାନ ସଂସଦର ବାଚସ୍ପତି ‘କପଟତା’ ବୋଲି କହିଛନ୍ତି। ଆମେରିକା ସର୍ବସାଧାରଣରେ ଆଲୋଚନା କରିବାକୁ କହୁଥିବାବେଳେ ଗୋପନରେ ସ୍ଥଳଭାଗରେ ଆକ୍ରମଣ କରିବାକୁ ଯୋଜନା କରୁଛି। ସେ ଆହୁରି କହିଛନ୍ତି, ଆମେରିକାର ଏପରି ପଦକ୍ଷେପକୁ ଇରାନ ସୁରକ୍ଷାକର୍ମୀ ଅପେକ୍ଷା କରି ରହିଛନ୍ତି।

ଅଲ ଅରବି ଟିଭି ଚାନେଲ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ

ଅନ୍ୟପକ୍ଷରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଏବଂ ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର୍‌ ଜେଲେନସ୍କି ଆଞ୍ଚଳିକ ସୁରକ୍ଷା ବିକାଶ ଉପରେ ଆଲୋଚନା କରିବା ପାଇଁ ୟୁଏଇରେ ସାକ୍ଷାତ କରିଥିଲେ। ବୈଠକ ସମୟରେ ଜେଲେନସ୍କି ଅଞ୍ଚଳରେ ଇରାନ ଆକ୍ରମଣର ନିନ୍ଦା କରି କହିଥିଲେ ଯେ ଏହା ସାର୍ବଭୌମତ୍ୱ, ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ଉଲ୍ଲଂଘନ ଏବଂ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାକୁ ଦୁର୍ବଳ କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button