ଅପରାଧ

Uttar Pradesh: ଉତ୍ତରାରେ ଚାଞ୍ଚଲ୍ୟ: ଛୁରି ଭୁସି କିନ୍ନରଙ୍କୁ ମାରିଦେଲେ

ପ୍ରାଣ ବିକଳରେ କିନ୍ନରଜଣକ ଧାଉଁଥିଲେ। ପିଠିରୁ ଧାରଧାର ରକ୍ତ ବହିଯାଉଥିଲା। ପଛରେ ରକ୍ତଭିଜା ଛୁରି ଧରି ଗୋଡ଼ାଇଥିଲା ଜଣେ ଦୁର୍ବୃତ୍ତ। ମାତ୍ର ୧୦/୧୨ ଗଜ ଦୂର ଧାଇଁବା ପରେ କିନ୍ନରଜଣକ ପଡ଼ିଗଲେ।

ଭୁବନେଶ୍ବର/ପିପିଲି: ପ୍ରାଣ ବିକଳରେ କିନ୍ନରଜଣକ ଧାଉଁଥିଲେ। ପିଠିରୁ ଧାରଧାର ରକ୍ତ ବହିଯାଉଥିଲା। ପଛରେ ରକ୍ତଭିଜା ଛୁରି ଧରି ଗୋଡ଼ାଇଥିଲା ଜଣେ ଦୁର୍ବୃତ୍ତ। ମାତ୍ର ୧୦/୧୨ ଗଜ ଦୂର ଧାଇଁବା ପରେ କିନ୍ନରଜଣକ ପଡ଼ିଗଲେ। ଦୁର୍ବୃତ୍ତଜଣକ ଛୁରିରେ ବାରମ୍ବାର ଭୁସିଚାଲିଲା। କିଛି ସମୟ ଛଟପଟ ହେବା ପରେ କିନ୍ନରଜଣକ ନିସ୍ତେଜ ହୋଇଗଲେ। ଏହାପରେ ବାଇକ୍‌ ଯୋଗେ ଦୁଇ ଦୁର୍ବୃତ୍ତ ସେଠାରୁ ପଳାଇଗଲେ। ଜାତୀୟ ରାଜପଥ ଉପରେ ଅନେକ ଲୋକ ଏଭଳି ଭୟଙ୍କର ଦୃଶ୍ୟ ଦେଖୁଥିଲେ ହେଁ କେହି ଅଟକାଇ ପାରିନଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ପାଖରେ ଘଟିଛି ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ। ମୃତକ ହେଲେ ସାଲେପୁର ଅଞ୍ଚଳର ସୋନା। ଧଉଳି ଓ ପିପିଲି ଥାନା ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

Show More

Leave a Reply

Your email address will not be published. Required fields are marked *

Back to top button