ଦେଶ ବିଦେଶରାଜନୀତି

Tejashwi Yadav: ଲାଲୁଙ୍କ ପରେ ତେଜସ୍ବୀଙ୍କ ହାତରେ ରହିବ ଦଳର କ୍ଷମତା ! ତେଜସ୍ବୀ ଯାଦବ ଆର୍‌ଜେଡି କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ନେତୃତ୍ବ ତେଜସ୍ବୀ ଯାଦବଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ ବୋଲି କୁହାଯାଉଛି

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ନେତୃତ୍ବ ତେଜସ୍ବୀ ଯାଦବଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ ବୋଲି କୁହାଯାଉଛି। ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ତେବେ ଆସନ୍ତା ୨୫ ତାରିଖରେ ତେଜସ୍ବୀଙ୍କ ନାମ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇପାରେ। ବିଦେଶ ଯାତ୍ରାରୁ ଫେରିବା ପରେ ତେଜସ୍ବୀ ସକ୍ରିୟ ଅଛନ୍ତି। ଦଳର ଆଗାମୀ ରଣନୀତି ତଥା ବିଧାନସଭାରେ ପରାଜୟର କାରଣ ସମୀକ୍ଷା କରାଯାଉଛି। ପାଟନାରେ ତେଜସ୍ବୀ ଯାଦବ ନିଜ ସରକାରୀ ବାସଭବନରେ କୋର୍‌ କମିଟି ଓ ଲୋକସଭା, ରାଜ୍ୟସଭା ସଦସ୍ୟଙ୍କ ସହିତ ବୈଠକ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button