varanasi: ଝାଲମୁଢ଼ି ଖାଇ ବିଜେପିର ବିଜୟ ପାଇଁ ଶଙ୍ଖ ବଜାଇ ପ୍ରାର୍ଥନା କରିଥିଲେ ବଙ୍ଗୀୟମହିଳା

କୋଲକାତା: ୫ଟି ରାଜ୍ୟରେ ଆୟୋଜିତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ଆଶା କରାଯାଉଛି। ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୫୭ ଆସନରେ ଆଗୁଆ ଥିବାବେଳେ ଟିଏମସି ୧୧୫ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୪ ଆସନରେ ଆଗୁଆ ରହିଛନ୍ତି।
ପଶ୍ଚିମବଙ୍ଗରେ ବିଜେପିର ବିଜୟ ଆଶାରେ ବାରାଣାସୀରେ ବଙ୍ଗୀୟ ସମାଜର ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ଗଙ୍ଗା ନଦୀ କୂଳରେ ଶଙ୍ଖ ବଜାଇ ମା’ ଗଙ୍ଗା ଓ ଶିବଙ୍କୁ ଦଳର ବିଜୟ ପାଇଁ ପ୍ରାର୍ଥନା କରି ଝାଲମୁଢ଼ି ବାଣ୍ଟନ କରି ନିଜେ ଖାଇବା ସହିତ ଖୁସିରେ ନୃତ୍ୟ କରିଛନ୍ତି। ଏଥିସହିତ ଦାବିର ସହ କହିଛନ୍ତି, ‘ପଶ୍ଚିମବଙ୍ଗରେ ବିଜେପି ହିଁ ବିଜୟୀ ହେବ।’
ଝାଲମୁଢ଼ି ଖାଇବା ଘଟଣାକୁ ନେଇ ବଙ୍ଗୀୟ ସମାଜର ମହିଳାମାନେ କହିଛନ୍ତି, ‘ମୋଦୀ ରାସ୍ତାପାର୍ଶ୍ବରେ ଥିବା ଗରିବ ଲୋକଙ୍କ ଜଳଖିଆ ଝାଲମୁଢ଼ି ଖାଇ ନିଜ ଭିତରେ ଥିବା ସୁନ୍ଦର ମାନବିକତାର ପରିଚୟ ଦେଇଥିଲେ। ତାହାକୁ ଦୋହରାଇବା ପାଇଁ ଆମେ ଝାଲୁମୁଢ଼ି ଖାଇ ବଙ୍ଗଳାରେ ବିଜେପିର ବିଜୟ ପାଇଁ ପାର୍ଥନା କରିଛୁ।’
ସୌଜନ୍ୟ ସମ୍ବାଦ




