ରାଜ୍ୟ

VBG Ramji: ଓଡ଼ିଶାରେ ‘ଭିବିଜି ରାମଜି’ ଯୋଜନା: କାମ ୭୮% କମିଲା, ଦେଶର ପଞ୍ଚମ ସର୍ବାଧିକ ହ୍ରାସ

କେନ୍ଦ୍ର ସରକାର ଚଳିତ ବର୍ଷ ଜୁଲାଇରୁ ଦେଶବ୍ୟାପୀ ନୂଆ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ଗ୍ୟାରେଣ୍ଟି ମିସନ୍‌ (ଗ୍ରାମୀଣ) ବା ଭିବିଜି ରାମଜି ଲାଗୁ କରିଛନ୍ତି।

ଭୁବନେଶ୍ବର: କେନ୍ଦ୍ର ସରକାର ଚଳିତ ବର୍ଷ ଜୁଲାଇରୁ ଦେଶବ୍ୟାପୀ ନୂଆ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ଗ୍ୟାରେଣ୍ଟି ମିସନ୍‌ (ଗ୍ରାମୀଣ) ବା ଭିବିଜି ରାମଜି ଲାଗୁ କରିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉପା ଅମଳରୁ ଚାଲିଆସିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସ୍ଥାନରେ ଏହାକୁ ଲାଗୁ କରାଯାଇଛି। ନୂଆ ଯୋଜନାର ପ୍ରଥମ ମାସ ଫଳାଫଳ ସାମନାକୁ ଆସିଛି। ଓଡ଼ିଶାରେ ଯୋଜନାର ପ୍ରଦର୍ଶନ ଉଦ୍‌ବେଗଜନକ ରହିଛି। ୨୦୨୫ ଜୁଲାଇ ତୁଳନାରେ ୨୦୨୬ ଜୁଲାଇରେ ମିଳୁଥିବା କାମରେ ବଡ଼ଧରଣର ହ୍ରାସ ଘଟିଛି। ୨୦୨୬ ଜୁଲାଇରେ ଓଡ଼ିଶାରେ ମାତ୍ର ୧୬ ଲକ୍ଷ ବ୍ୟକ୍ତି ଦିବସ ସୃଷ୍ଟି ହୋଇଛି। ଏହା ୨୦୨୫ ଜୁଲାଇରେ ମନରେଗା ଅମଳରେ ସୃଷ୍ଟି ହୋଇଥିବା ୭୩ ଲକ୍ଷ ବ୍ୟକ୍ତି ଦିବସ ତୁଳନାରେ ପ୍ରାୟ ୭୮ ପ୍ରତିଶତ କମ୍‌। ସାରା ଦେଶରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାରେ ବ୍ୟକ୍ତି-ଦିବସରେ ହୋଇଥିବା ହ୍ରାସ ପଞ୍ଚମ ସର୍ବାଧିକ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଜୁଲାଇ ମାସରେ ଦେଶବ୍ୟାପୀ ଭିବିଜି ରାମଜିରେ ବ୍ୟକ୍ତି ଦିବସରେ ୪୯ ପ୍ରତିଶତ ହ୍ରାସ ହୋଇଛି। ଓଡ଼ିଶାରେ ଏହି ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ ରହିଛି। କେବଳ ତେଲେଙ୍ଗାନା (୨୨୯.୩%) ଓ ଆନ୍ଧ୍ରପ୍ରଦେଶ (୫୫.୨%)କୁ ବାଦ୍‌ ଦେଲେ ଅନ୍ୟ ସବୁ ରାଜ୍ୟରେ ବ୍ୟକ୍ତି ଦିବସ ହ୍ରାସ ପାଇଛି। ସର୍ବାଧିକ ହ୍ରାସ ପଞ୍ଜାବରେ ପରିଲକ୍ଷିତ ହୋଇଥିଲା। ସେଠାରେ ବ୍ୟକ୍ତି ଦିବସ ୯୦ ପ୍ରତିଶତ ହ୍ରାସ ପାଇଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ (୮୭.୩%), ଝାଡ଼ଖଣ୍ଡ (-୮୪.୭%) ଓ ହରିୟାଣା (-୭୯.୭%)ରେ ମଧ୍ୟ ବ୍ୟକ୍ତି ଦିବସରେ ଉଲ୍ଲେଖନୀୟ ହ୍ରାସ ଘଟିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button