ଜାତୀୟ

US: ଶୁଳ୍କ ଫେରସ୍ତ ପ୍ରକ୍ରିୟା ଆରମ୍ଭ କଲା ଆମେରିକା: ଫେବ୍ରୁଆରି ୨୦ରେ ‌ଅବୈଧ ଘୋଷଣା ହୋଇଥିଲା

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୨୦ରେ ଅବୈଧ ଘୋଷଣା କରିଥିଲେ। ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଆମେରିକାର ଆମଦାନିକାରୀମାନେ ପୈଠ କରିଥିଲେ। ଏପ୍ରିଲ ୨୦ରୁ ତାହାର ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମେରିକାର ସୀମାଶୁଳ୍କ ଓ ସୀମା ସୁରକ୍ଷା (ସିବିପି) ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଶୁଳ୍କ ଫେରସ୍ତ ପ୍ରକ୍ରିୟା କାର୍ଯ୍ୟକ୍ଷମ ହୋଇଥିବା ନେଇ ଘୋଷଣା କରାଯାଇଛି। ଶୁଳ୍କ ପାଇବା ପାଇଁ ଆମଦାନିକାରୀ ଓ ସୀମାଶୁଳ୍କ ବ୍ରୋକରମାନେ ଆବେଦନ କରିପାରିବେ। ପୂର୍ବରୁ ମାର୍ଚ୍ଚ ମାସରେ କରାଯାଇଥିବା ଏକ ଆକଳନ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ୩,୩୦,୦୦୦ ଆମଦାନିକାରୀ ଶୁଳ୍କ ଫେରସ୍ତ ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିପାରନ୍ତି।

Show More
Back to top button