ଦେଶ ବିଦେଶ

Supreme Court: ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦେଲା କମିଟି; ୨,୨୪୨ ଏକର ଜମି ଜବରଦଖଲମୁକ୍ତ ହୋଇଛି

ଦେଶର ବିଭିନ୍ନ ସ୍ଥାନରେ ୧୦,୮୦୦ ଏକରରୁ ଅଧିକ ପ୍ରତିରକ୍ଷା ବିଭାଗ ଜମି ଏବେ ମଧ୍ୟ ବେଆଇନ ଦଖଲରେ ରହିଛି। ପ୍ରତିରକ୍ଷା ଜମିରେ ଜବରଦଖଲ ସମ୍ପର୍କିତ ମାମଲାର ଯାଞ୍ଚ କରୁଥିବା ସ୍ୱାଧୀନ କମିଟି ସୁପ୍ରିମ୍‌କୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ରହିଛି।

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ୧୦,୮୦୦ ଏକରରୁ ଅଧିକ ପ୍ରତିରକ୍ଷା ବିଭାଗ ଜମି ଏବେ ମଧ୍ୟ ବେଆଇନ ଦଖଲରେ ରହିଛି। ପ୍ରତିରକ୍ଷା ଜମିରେ ଜବରଦଖଲ ସମ୍ପର୍କିତ ମାମଲାର ଯାଞ୍ଚ କରୁଥିବା ସ୍ୱାଧୀନ କମିଟି ସୁପ୍ରିମ୍‌କୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ରହିଛି। ଗତ ଏକ ଦଶନ୍ଧି ମଧ୍ୟରେ ୨,୨୪୨ ଏକର ପ୍ରତିରକ୍ଷା ଜମି ଜବରଦଖଲମୁକ୍ତ କରାଯାଇଥିଲେ ମଧ୍ୟ ବିପୁଳ ପରିମାଣର ଜମି ଏବେ ବି ଅନ୍ୟମାନଙ୍କ କବ୍‌ଜାରେ ରହିଥିବା କମିଟି କହିଛି।

କମିଟିର ତଥ୍ୟ ଅନୁଯାୟୀ, ୨୦୧୫ ଜାନୁଆରି ୧ରୁ ୨୦୨୫ ଜୁଲାଇ ମଧ୍ୟରେ ପ୍ରତିରକ୍ଷା ବିଭାଗ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥା ୨,୨୪୨ ଏକର ଜମି ଜବରଦଖଲରୁ ମୁକ୍ତ କରିଛନ୍ତି। ତଥାପି ୧୦,୮୦୦ ଏକରରୁ ଅଧିକ ଜମି ଏବେ ମଧ୍ୟ ବେଆଇନ ଦଖଲରେ ରହିଛି। ଏହି ଜମିକୁ ଶୀଘ୍ର ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି କମିଟି କହିଛି। ରିପୋର୍ଟରେ କୁହାଯାଇଛି, ପ୍ରତିରକ୍ଷା ଜମି ଜବରଦଖଲ ହଟାଇବା ପାଇଁ ବର୍ତ୍ତମାନ ଥିବା ବ୍ୟବସ୍ଥାରେ ଅନେକ ସ୍ଥାନରେ ସମନ୍ୱୟ ଅଭାବ ରହୁଛି। ଜମି ଚିହ୍ନଟ, ରେକର୍ଡ ଯାଞ୍ଚ, ଆଇନଗତ ପଦକ୍ଷେପ ଓ ଜବରଦଖଲ ହଟାଇବା ଭଳି କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଏଥିପାଇଁ ଏକ ସମନ୍ୱିତ ଓ ସମୟବଦ୍ଧ ବ୍ୟବସ୍ଥା କରିବାକୁ କମିଟି ସୁପାରିସ କରିଛି।

୧୦,୮୦୦ ଏକରରୁ ଅଧିକ ପ୍ରତିରକ୍ଷା ଜମି ଜବରଦଖଲରେ

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଥିବା ଜବରଦଖଲ ମାମଲାର ପରିମାଣ ଉଲ୍ଲେଖନୀୟ। ଏହି ଚାରି ରାଜ୍ୟରେ ଥିବା ଜବରଦଖଲ ଜମି ମୋଟ ଜବରଦଖଲର ପ୍ରାୟ ଅଧା ବୋଲି ରିପୋର୍ଟରେ ଦର୍ଶାଯାଇଛି। ପ୍ରତିରକ୍ଷା ଜମି ଦେଶର ସୁରକ୍ଷା ସହ ସିଧାସଳଖ ଜଡ଼ିତ ଥିବାରୁ ଏହାକୁ ଜବରଦଖଲରୁ ମୁକ୍ତ କରିବା ଅତ୍ୟନ୍ତ ଜରୁରୀ। ତେଣୁ ମାମଲାଟିରେ ସୁପ୍ରିମ୍‌କୋର୍ଟଙ୍କ ନଜର ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button