ଓଡିଶା

Vigilance: କୋଟିପତି କିରାଣିଙ୍କ ଘରେ ପଶିଲା ଭିଜିଲାନ୍‌ସ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଘର ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍‌ସ ଅଧିକାରୀ। ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା....

ଅନୁଗୁଳଅନୁଗୁଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଘର ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍‌ସ ଅଧିକାରୀ। ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ସୁବ୍ରତଙ୍କର ଅନୁଗୁଳ ସହରରେ ରହିଛି ବିଳାସମୟ କୋଠା। ଯେଉଁଥିରେ ଖଞ୍ଜାଯାଇଛି ଅତ୍ୟାଧୁନିକ ସାମଗ୍ରୀ। ତାଙ୍କର ୫ଟି ଠିକଣାରେ ଆଜି ଭିଜିଲାନ୍‌ସ ଚଢ଼ଉ କରିଥିବା ବେଳେ ଦାମୀ କାର୍‌, ସୁନାଗହଣା, ଦାମୀ ଘଣ୍ଟା ତଥା ଅନ୍ୟାନ୍ୟ ସୂତ୍ରରୁ ବିପୁଳ ସମ୍ପତ୍ତିର ସନ୍ଧାନ ପାଇଛି ଭିଜିଲାନ୍‌ସ। ଚଢ଼ଉ ଶେଷ ହୋଇ ନଥିବାରୁ ସମ୍ପତ୍ତି ପରିମାଣ ବଢ଼ିବାର ସମ୍ଭାବନା ରହିଛି।

 

୫ ଜଣ ଡିଏସ୍‌ପିଙ୍କ ନେତୃତ୍ବ‌ରେ ୮ ଜଣ ଇନ୍‌ସପେକ୍ଟର, ୧୪ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ଶ୍ରୀ ବେ‌ହେରାଙ୍କ ହାକିମପଡ଼ାସ୍ଥିତ ୩ ମହଲା ଘରେ ବହୁ ମୂଲ୍ୟବାନ ସୌଖୀନ ସାମଗ୍ରୀ ଲାଗିଛି। ଯାହାର ମୂଲ୍ୟ ଆକଳନ ଚାଲିଥିବା ଭିଜିଲାନ୍‌ସ କହିଛି। ତାଙ୍କ ପାଖରୁ ୪୫୦ ଗ୍ରାମ୍‌ ସୁନା, ଗୋଟିଏ ସ୍କୋଡା କାର୍‌ ଓ ଗୋଟିଏ ୩ଚକିଆ ଗାଡ଼ି ମିଳିଛି। ଏହା ବାଦ୍‌ ଅନେକ ବ୍ୟାଙ୍କ ପାସ୍‌ବୁକ୍‌, ପୋଷ୍ଟାଲ ଜମାଖାତା ସହ ବହୁ କାଗଜପତ୍ର ଭିଜିଲାନ୍‌ସ ଜବତ କରିଛି। ସେ ଏତେ ସଂପତ୍ତି କେମିତି ଠୁଳ କଲେ ତା’ର ହିସାବ ଚାଲିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button