ରାଜ୍ୟ

Suspended IIC: ମାଆ ପୁଅଙ୍କୁ ଥାନା ଭିତରେ ମାଡ଼ ମାରିବା ଘଟଣା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାଆ-ପୁଅଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ ବଢ଼ିଛି। ପୁଲିସ ଡିଜି ବିନୟତୋଷ ମିଶ୍ର ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା: ମାଆ ପୁଅଙ୍କୁ ଥାନା ଭିତରେ ମାଡ଼ ମାରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍ ଡିଜି ବିନୟତୋଷ ମିଶ୍ର। ସିସିଟିଭି ଫୁଟେଜ୍ ଡିଲିଟ୍ କରିବା ନେଇ ସଂଧ୍ୟାରାଣୀ ଜେନାଙ୍କ ନାଁରେ ଗୁରୁତର ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି।

ସଂଧ୍ୟାରାଣୀଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଦଫା ଲାଗିଛି

ସୂଚନାଯୋଗ୍ୟ, ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍। ଫଳରେ ନିଲମ୍ବିତ ଆଇଆଇସି  ସଂଧ୍ୟାରାଣୀଙ୍କ ସମସ୍ୟା ବଢ଼ିଛି। ସଂଧ୍ୟାରାଣୀଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଦଫା ଲାଗିଛି।BNS 74ରେ ଯାହା ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଆକ୍ରମଣ, BNS 115 ଜାଣିଶୁଣି ଆଘାତ ଦେବା, BNS ଧାରା 351 ଅପରାଧିକ ଧମକ, BNS ଧାରା 308 ଯାହା ଜୋରଜବରଦସ୍ତ ଟଙ୍କା ଆଦାୟ ଏବଂ BNS 296 ସାର୍ବଜନୀନ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟ କରିବା ଭଳି ଦଫା ଲାଗିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button