ଦେଶ ବିଦେଶ

Vijay: ବିଜୟଙ୍କ ନିର୍ବାଚନ ପ୍ରତିଶ୍ରୁତି ଉପରେ ଫୋକସ୍‌

ଚେନ୍ନାଇ : ତାମିଲନାଡ଼ୁ ରାଜନୀତିରେ ପ୍ରଥମ ଥର ପ୍ରବେଶ କରିଥିବା ଟିଭିକେ ଏକକ ବୃହତ୍ତମ ଦଳ ହେବା ସହ ସରକାର ଗଠନ କରିବାକୁ ଯାଉଛି। ପ୍ରଥମ ନିର୍ବାଚନୀ ଏଣ୍ଟ୍ରିରେ ଏତେ ବଡ଼ ସଫଳତା ହାସଲ କରିଥିବା ବିଜୟଙ୍କ ଟିଭିକେର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଏବେ ସମସ୍ତଙ୍କ ନଜର। ବିଜୟ ତାଙ୍କ ନିର୍ବାଚନ ପ୍ରତିଶ୍ରୁତିରେ ମହିଳାଙ୍କ ବିବାହ ପାଇଁ ୮ ଗ୍ରାମ୍‌ ସୁନା ଦେବେ ବୋଲି ଘୋଷଣା କରିଥିଲେ । ସେ ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କ ପାଇଁ ଏକ ଉତ୍ତମ ମାନର ଶାଢ଼ି ସହ ସୁନା ଦେବେ ବୋଲି ଘୋଷଣା କରିଥିଲେ।

ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କୁ ମିଳିବ କି ଶାଢ଼ି ଓ ସୁନା

ଦଳ ୬୦ରୁ କମ୍‌ ବୟସର ମହିଳାଙ୍କ ପାଇଁ ମାସକୁ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଥିଲା ଏବଂ ବାର୍ଷିକ ପ୍ରତି ପରିବାରକୁ ୬ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିସହ ମହିଳାଙ୍କ ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଦଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦେବେ ଘୋଷଣା କରିଥିଲେ। ଦଳ ନିର୍ବାଚନ ଜିତିଲେ ଏବଂ ଦୁର୍ନୀତି ମୁକ୍ତ ସରକାରର ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନୀ ଇସ୍ତାହାରରେ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍‌ ଗୁଡ଼ିକରେ ପାଠ ପଢ଼ୁଥିବା ପିଲାମାନଙ୍କ ମା’ ଏବଂ ଅଭିଭାବକଙ୍କୁ ଦଳ ବାର୍ଷିକ ୧୫ ହଜାର ଟଙ୍କା ଦେବ ବୋଲି ପ୍ରସ୍ତାବ ଦେଇଥିଲା। ସ୍କୁଲ୍‌ ଡ୍ରପ୍‌ଆଉଟ୍‌ ହାର କମାଇବାପାଇଁ ଟିଭିକେ ଏହି ଘୋଷଣା କରିଥିଲା।

 

 

ସୌଜନ୍ୟ ସମ୍ବାଦ

Show More
Back to top button