Viral Funny News: ଗାଁ ପଡ଼ିଆରେ ଚାଲିଥିଲା ଫୁଟବଲ୍ ଖେଳ, ହଠାତ୍ ପଶି ଆସିଲା ହାତୀ, କିକ୍ ମାରି କଲା ଗୋଲ୍

ରାସଗୋବିନ୍ଦପୁର, ୦୭/୦୯: ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ହାତୀ ଗଁ । ଭିତରେ ପଶି ଉତ୍ପାତ କରୁଛି, ତ’ ଆଉ କେତେବେଳେ ରାସ୍ତା ଉପରେ ଟ୍ରାକ୍ଟର ଟାଣୁଥିବା ଦୃଶ୍ୟ ଲୋକଙ୍କୁ ଚକିତ କରୁଛି । ଗତକାଲି ଅମର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଳି ଗାଁ ମୁଣ୍ଡ ଫୁଟବଲ ପଡ଼ିଆରେ ପିଲାମାନେ ଖେଳୁଥିବା ବେଳେ ହଠାତ୍ ଏକ ହାତୀ ପଡ଼ିଆକୁ ପଶି ଆସିଥିଲା । ହାତୀକୁ ଦେଖି ପିଲାମାନେ ଭୟରେ ଦୌଡ଼ି ପଳାଇଥିଲେ । ପରେ ହାତୀଟି ପଡ଼ିଆରେ ନିଜେ ଫୁଟବଲ ଖେଳିବା ଭଳି ବଲ୍କୁ ଶୁଣ୍ଢରେ ଠେଲି ଘୁରାଇବା ସହ ଶେଷରେ ବଲ୍କୁ ମାଡ଼ି ନଷ୍ଟ କରିଦେଇଥିଲା । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ହାତୀ ଉପଦ୍ରବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି । ହାତୀଙ୍କ ଗତିବିଧି ଉପରେ ନଜର ରଖି ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ବନ ବିଭାଗ ଅଧିକ ସକ୍ରିୟ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସୌଜନ୍ୟ ପ୍ରମେୟ




