ମହାନଗର

Ward number 23: ୨୩ ନମ୍ବର ୱାର୍ଡରେ ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା

ଜଟଣୀ ପୌରପାଳିକାର ଅନ୍ୟତମ ଜଣାଶୁଣା ଅଞ୍ଚଳ ହେଉଛି ୨୩ନମ୍ବର ୱାର୍ଡ। କୁଦିଆରୀ, ନୀଳମାଧବସାହି, ରଣସିଂହସାହି, ମହତାବନଗର-୧, ମହତାବନଗର-୨, ସୁନ୍ଦରାସାହି, ହରିଜନସାହି, ପଥରଚକଡ଼ାସାହି ଆଦି ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡର ବହୁ ସମସ୍ୟା ଆଜି ବି ଅସମାହିତ ହୋଇରହିଛି।

ଜଟଣୀ: ଜଟଣୀ ପୌରପାଳିକାର ଅନ୍ୟତମ ଜଣାଶୁଣା ଅଞ୍ଚଳ ହେଉଛି ୨୩ନମ୍ବର ୱାର୍ଡ। କୁଦିଆରୀ, ନୀଳମାଧବସାହି, ରଣସିଂହସାହି, ମହତାବନଗର-୧, ମହତାବନଗର-୨, ସୁନ୍ଦରାସାହି, ହରିଜନସାହି, ପଥରଚକଡ଼ାସାହି ଆଦି ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡର ବହୁ ସମସ୍ୟା ଆଜି ବି ଅସମାହିତ ହୋଇରହିଛି। ପାନୀୟ ଜଳ ଅଭାବ ଓ ଆବର୍ଜନା ଭର୍ତ୍ତି ଡ୍ରେନ୍‌ ପାଇଁ ଏହି ଅଞ୍ଚଳର ଅଧିବାସୀମାନେ କଲବଲ ହେଉଥିବା ଅଭିଯୋଗ ହେଉଛି।

ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ, ପୋଖରୀ, କଲ୍ୟାଣ ମଣ୍ଡପ ପାଇଁ ଦାବି କରାଯାଉଛି। ସ୍ଥାନୀୟ ବାସିନ୍ଦା ବିକାଶ ସାହୁ କହିଛନ୍ତି ଯେ ଏହି ୱାର୍ଡରେ ଡ୍ରେନ୍ ସମସ୍ୟା ବଡ଼ ଦୁଃଖ। ଘର ସାମ୍ନାରେ ଡ୍ରେନ୍ ମୁକୁଳା ପଡ଼ିଥିବାରୁ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ କାଉନସିଲର୍ ଅମ୍ରିତା ଦାସ କହିଛନ୍ତି ଯେ ଏହି ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପୁରୁଣା ଓ ନୂଆ ଟେଣ୍ଡର୍ ମାଧ୍ୟମରେ ଅଧିକାଂଶ ପ୍ରକଳ୍ପ କାମ ଶେଷ ହୋଇଛି। ଡ୍ରେନ୍ ସମସ୍ୟା ଅଛି ଏବଂ ସମାଧାନ ପାଇଁ ପୌରପାଳିକାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଖୁବ୍‌ଶୀଘ୍ର ସମାଧାନ ହୋଇଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button