ରାଜ୍ୟ

Water storage: ହୀରାକୁଦ ବୁଢ଼ା ହେଲାଣି, ହେଲେ ଦୁର୍ବଳ ନୁହେଁ: କମିଛି ଜଳଧାରଣ କ୍ଷମତା

୭୫ ବର୍ଷର ହୀରାକୁଦ ନଦୀବନ୍ଧକୁ ନେଇ ଚିନ୍ତାର କୌଣସି କାରଣ ନାହିଁ। ବୁଢ଼ା ହୋଇଥିଲେ ସୁଦ୍ଧା ଏହାର ମୂଳ ଗଠନ ମଜଭୁତ ରହିଛି। ଡ୍ୟାମ୍‌ର ସୁରକ୍ଷା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣରେ ଏହାର ଭୂମିକା ସମ୍ପର୍କରେ ହୀରାକୁଦରେ...

ସମ୍ବଲପୁର: ୭୫ ବର୍ଷର ହୀରାକୁଦ ନଦୀବନ୍ଧକୁ ନେଇ ଚିନ୍ତାର କୌଣସି କାରଣ ନାହିଁ। ବୁଢ଼ା ହୋଇଥିଲେ ସୁଦ୍ଧା ଏହାର ମୂଳ ଗଠନ ମଜଭୁତ ରହିଛି। ଡ୍ୟାମ୍‌ର ସୁରକ୍ଷା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣରେ ଏହାର ଭୂମିକା ସମ୍ପର୍କରେ ହୀରାକୁଦରେ ଆୟୋଜିତ ବନ୍ଧ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଇଞ୍ଜିନିୟରିଂ ଚିଫ୍‌ (ପ୍ଲାନିଂ ଆଣ୍ଡ ଡିଜାଇନିଂ) ସୁଶୀଲ ବେହେରା କହିଥିଲେ, ସାଧାରଣତଃ ପ୍ରତ୍ୟେକ ନଦୀବନ୍ଧ ୧୦୦ ବର୍ଷର ଆୟୁଷକୁ ଦୃଷ୍ଟିରେ ରଖି ଡିଜାଇନ୍‌ କରାଯାଇଥାଏ। ହୀରାକୁଦ ଡ୍ୟାମ୍‌କୁ ୭୫ ବର୍ଷ ହୋଇଛି ସତ, କିନ୍ତୁ ଏହା ଦୁର୍ବଳ ହୋଇନାହିଁ। ଏହାର ଷ୍ଟ୍ରକ୍‌ଚର୍‌ ସମ୍ପୂର୍ଣ୍ଣ ଠିକ୍‌ ରହିଛି ଏବଂ ଡ୍ୟାମ୍‌କୁ ନେଇ କୌଣସି ବିପଦ ନାହିଁ। ଅବଶ୍ୟ ପଟୁମାଟି ଜମା ହେବା ଫଳରେ ଜଳଭଣ୍ଡାରର ଜଳଧାରଣ କ୍ଷମତା କମିଛି। ତେବେ ପୂର୍ବରୁ ଯେତେ ପରିମାଣର ପଟୁମାଟି ଜମା ହେଉଥିଲା, ବର୍ତ୍ତମାନ ସେତେ ଜମା ହେଉନାହିଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button