ଜାତୀୟ

Woman Runs Marathon Barefoot: ୪୭ ବର୍ଷୀୟ ରମାବାଈଙ୍କ ସାହସକୁ ସଲାମ, ଝିଅର ଭବିଷ୍ୟତ ପାଇଁ ଖାଲି ପାଦରେ ଦୌଡ଼ିଲେ

ମହାରାଷ୍ଟ୍ର, ୦୧/୦୯: ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ମହାରାଷ୍ଟ୍ରର ବୀଡ଼ ଜିଲ୍ଲା ଅମ୍ବାଜୋଗାଈରେ ୪୭ ବର୍ଷୀୟ ରମାବାଈ ରଣବୀର ନିଜ ଝିଅଙ୍କ ପାଠପଢ଼ା ପାଇଁ ଏକ ମାରାଥନ୍‌ରେ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ଦୌଡ଼ କେବଳ ଏକ ପ୍ରତିଯୋଗିତା ନଥିଲା, ବରଂ ଥିଲା ଝିଅମାନଙ୍କ ଭବିଷ୍ୟତ ପାଇଁ ଜଣେ ମା’ଙ୍କ ଦୃଢ଼ ସଂକଳ୍ପର ପ୍ରତୀକ।

ମାରାଥନ୍‌ରେ ଅନ୍ୟ ପ୍ରତିଯୋଗୀଙ୍କ ଭଳି ରମାବାଈଙ୍କ ପାଖରେ ନଥିଲା ସ୍ୱତନ୍ତ୍ର ଧାବକଙ୍କ ପୋଷାକ କିମ୍ବା ଭଲ ଜୋତା। ଆରମ୍ଭରେ ସେ ଚପଲ ପିନ୍ଧି ଦୌଡ଼ିଥିଲେ। କିନ୍ତୁ କିଛି ଦୂର ଯିବା ପରେ ଚପଲ ଖସିଯିବାରୁ ସେ ତାହାକୁ ହାତରେ ଧରି ଖାଲି ପାଦରେ ଦୌଡ଼ିବା ଆରମ୍ଭ କରିଥିଲେ। ଯୁବ ଧାବକମାନଙ୍କ ସହ ପ୍ରତିଯୋଗିତା କରି ସେ ସମସ୍ତଙ୍କୁ ପଛରେ ପକାଇ ମାରାଥନ୍‌ର ଫିନିଶିଙ୍ଗ ଲାଇନ୍‌ରେ ସର୍ବପ୍ରଥମେ ପହଞ୍ଚିଥିଲେ। ରମାବାଈଙ୍କ ଏହି ଅଦମ୍ୟ ସାହସ ତାଙ୍କୁ ପ୍ରଥମ ସ୍ଥାନ ସହ ୩ ହଜାର ଟଙ୍କାର ପୁରସ୍କାର ମଧ୍ୟ ଦେଇଥିଲା। ତେବେ ତାଙ୍କ ପାଇଁ ଏହି ଟଙ୍କା କେବଳ ପୁରସ୍କାର ନୁହେଁ; ଏହା ଥିଲା ଝିଅମାନଙ୍କ ପାଠପଢ଼ା ଓ ଭବିଷ୍ୟତ ଗଢ଼ିବା ପାଇଁ ଏକ ଛୋଟ ସାହାଯ୍ୟ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button