Women: ମହିଳାମାନେ ଜାଣନ୍ତୁ…
ବେେଳବେଳେ ଅଣନିଃଶ୍ୱାସୀ ଲାଗିବା, ପେଟ ବଥା ହେବା, ବାନ୍ତି ଲାଗିବା, କ୍ଳାନ୍ତି କିମ୍ବା ଅଚେତ ହେବା ପରି ସ୍ବାସ୍ଥ୍ୟ ସମସ୍ୟା ମହିଳାମାନଙ୍କଠାରେ ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି......

ବେେଳବେଳେ ଅଣନିଃଶ୍ୱାସୀ ଲାଗିବା, ପେଟ ବଥା ହେବା, ବାନ୍ତି ଲାଗିବା, କ୍ଳାନ୍ତି କିମ୍ବା ଅଚେତ ହେବା ପରି ସ୍ବାସ୍ଥ୍ୟ ସମସ୍ୟା ମହିଳାମାନଙ୍କଠାରେ ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି, କେବେ କେବେ ଏହି ଲକ୍ଷଣଗୁଡ଼ିକ ‘ସାଇଲେଣ୍ଟ ହାର୍ଟ ଆଟାକ୍’ ପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ମଧ୍ୟ ହୋଇପାରେ। ଏମ୍ସିଗିଲ୍ ୟୁନିଭର୍ସିଟିର ଏକ ଅଧ୍ୟୟନ ଅନୁଯାୟୀ, ୫୫ ବର୍ଷରୁ କମ୍ ବୟସର ୫ ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କୁ ହାର୍ଟ ଆଟାକ୍ ସମୟରେ ଛାତିରେ କୌଣସି କଷ୍ଟ ହୁଏନାହିଁ। ସେମାନେ କେବଳ ହାଲୁକା ଥକ୍କାପଣ, ବାନ୍ତି କିମ୍ବା ଜ୍ୱର ପରି ସଙ୍କେତ ଦେଖନ୍ତି।
ହାର୍ଭାଡ୍ ହେଲ୍ଥ ପବ୍ଲିସିଂର ଏକ ରିପୋର୍ଟ ଅନୁଯାୟୀ, ହଠାତ୍ ଏବଂ କୌଣସି ସ୍ପଷ୍ଟ କାରଣ ଛଡ଼ା ହେଉଥିବା ଅଧିକ ଥକ୍କାପଣ ମଧ୍ୟ ହୃଦ୍ରୋଗ ସମସ୍ୟାର ସଙ୍କେତ ହୋଇପାରେ। ଏହାସହିତ, ହାର୍ଟ ଫାଉଣ୍ଡେସନ୍ ସହ ସମ୍ପର୍କିତ ଏକ ଅଧ୍ୟୟନରେ ଅନେକ ମହିଳା କହିଥିଲେ ଯେ, ହାର୍ଟ ଆଟାକ୍ ହେବାର କିଛି ମାସ ପୂର୍ବରୁ ସେମାନେ ନିରନ୍ତର ଭାବରେ ଅଧିକ ଥକ୍କା ଅନୁଭବ କରୁଥିଲେ।
ସୌଜନ୍ୟ ସମ୍ବାଦ




