Women’s hockey team: ୧ରୁ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର
ଆଗାମୀ ବିଶ୍ବକପ୍ ଓ ଏସୀୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ହକି ଦଳ ପାଇଁ ବେଙ୍ଗାଲୁରୁଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏପ୍ରିଲ ୧ରୁ ୯ ତାରିଖ ପର୍ଯ୍ୟନ୍ତ ସାଇ ଉତ୍କର୍ଷ କେନ୍ଦ୍ରରେ ହେବାକୁ ଥିବା ଏହି ଶିବିର ପାଇଁ ହକି ଇଣ୍ଡିଆ ପକ୍ଷରୁ ୩୧ ଜଣିଆ ଦଳ ଘୋଷଣା କରାଯାଇଛି।

ବେଙ୍ଗାଲୁରୁ: ଆଗାମୀ ବିଶ୍ବକପ୍ ଓ ଏସୀୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ହକି ଦଳ ପାଇଁ ବେଙ୍ଗାଲୁରୁଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏପ୍ରିଲ ୧ରୁ ୯ ତାରିଖ ପର୍ଯ୍ୟନ୍ତ ସାଇ ଉତ୍କର୍ଷ କେନ୍ଦ୍ରରେ ହେବାକୁ ଥିବା ଏହି ଶିବିର ପାଇଁ ହକି ଇଣ୍ଡିଆ ପକ୍ଷରୁ ୩୧ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଉଭୟ ଅଭିଜ୍ଞ ଓ ନବାଗତାମାନଙ୍କୁ ସାମିଲ କରାଯାଇଛି। ଏହି ଦଳରେ ସବିତା ପୁନିଆ, ବିଚୁ ଦେବୀ ଖରିବ୍ରମ, ନିକି ପ୍ରଧାନ, ସାଲିମା ଟେଟେ, ନବନୀତ କୌର, ମନିଷା ଚୌହାନଙ୍କ ପରି ଅଭିଜ୍ଞ ଖେଳାଳି ଅଛନ୍ତି। ଶିବିରରେ ଖେଳାଳିମାନଙ୍କ ଫିଟନେସ୍ ବୃଦ୍ଧି, ଉପଯୁକ୍ତ ଭାରସାମ୍ୟ ଥିବା ଦଳ ଗଠନ ଓ ଅନ୍ୟାନ୍ୟ ରଣନୈତିକ ଯୋଜନା ଉପରେ ଗୁରୁତ୍ବ ଦିଆଯିବ। ଭାରତୀୟ ମହିଳା ଦଳ ନିକଟରେ ହାଇଦ୍ରାବାଦରେ ଆୟୋଜିତ ଏଫଆଇଏଚ୍ ବିଶ୍ବକପ୍ କ୍ବାଲିଫାୟର୍ସରେ ରୌପ୍ୟ ପଦକ ଜିତିବା ସହ ବିଶ୍ବକପ୍ରେ ନିଜ ସ୍ଥାନ ସୁନିଶ୍ଚିତ କରିଥିଲା। ଆଗକୁ ଦଳ ପାଇଁ ଏକ ବ୍ୟସ୍ତବହୁଳ ଖେଳସୂଚୀ ରହିଛି। ଜୁନରେ ନେସନ୍ସ କପ୍ ଓ ଅଗଷ୍ଟରେ ବିଶ୍ବକପ ଓ ସେପ୍ଟେମ୍ବର-ଅକ୍ଟୋବରରେ ଏସୀୟ କ୍ରୀଡ଼େରେ ଅଂଶଗ୍ରହଣ କରିବ ଭାରତୀୟ ମହିଳା ଦଳ ।
ସୌଜନ୍ୟ ସମ୍ବାଦ




