ଖେଳ

Worldcup In Kerela And Tamilnadu : କେରଳ, ତାମିଲନାଡୁରେ ହେବ ବାଂଲାଦେଶର ବିଶ୍ବକପ୍ ମ୍ୟାଚ !

ଆଇସିସି ନୂଆ ପ୍ରସ୍ତାବ ଅନୁସାରେ ଭାରତର ତାମିଲନାଡୁ ଓ କେରଳରେ ବାଂଲାଦେଶର ମ୍ୟାଚ ଆୟୋଜନ ପାଇଁ ଆଇସିସି ପ୍ରସ୍ତାବ ଦେଇଛି। ଚେନ୍ନାଇ ଓ ତିରୁଅନନ୍ତପୁରମରେ ମ୍ୟାଚ ଆୟୋଜନ ଲାଗି ଆଇସିସି ଓ ବିସିସିଆଇ ପକ୍ଷରୁ ତାମିଲନାଡୁ କ୍ରିକେଟ ଆସୋସିଏସନ (ଟିଏନସିଏ) ଓ କେରଳ କ୍ରିକେଟ ଆସୋସିଏସନକୁ ପ୍ରସ୍ତାବ ଦିଆଯାଇଛି।

ମୁମ୍ବାଇ : ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପକୁ ଆଉ ମାତ୍ର ତିନି ସପ୍ତାହ ସମୟ ଥିବାବେଳେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଧ୍ୟରେ ଅଚଳାବସ୍ଥା ଜାରି ରହିଛି। ଏତେ କମ୍ ସମୟ ମଧ୍ୟରେ ଭାରତ ବାହାରେ ମ୍ୟାଚ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇବା ସତ୍ତ୍ବେ ବିସିବି ନିଜ ଜିଦରେ ଅଟଳ ରହିଛି।

ନିଜ ଖେଳାଳିଙ୍କ ନିରାପତ୍ତା ଚିନ୍ତା କାରଣରୁ ବିସିବି ଭାରତକୁ ଟିମ ପଠାଇବାକୁ ରାଜି ହେଉନାହିଁ । ବାଂଲାଦେଶ ଦଳ ପାଇଁ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଆଇସିସି ପ୍ରସ୍ତାବ ଦେଇଥିଲେ ବି ବିସିବି ରାଜି ହେଉନାହିଁ । ଏହି ଅଚଳାବସ୍ଥା ଜାରି ରହିଥିବାବେଳେ ବାଂଲାଦେଶ ଦଳ ବିଶ୍ବକପ୍ ଖେଳିବାକୁ ଭାରତ ଆସିବ କି ନା ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ତାମିଲନାଡୁ ଓ କେରଳରେ ମ୍ୟାଚ ଆୟୋଜନ ପାଇଁ ଆଇସିସିର ପ୍ରସ୍ତାବ

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଇସିସି ନୂଆ ପ୍ରସ୍ତାବ ଅନୁସାରେ ଭାରତର ତାମିଲନାଡୁ ଓ କେରଳରେ ବାଂଲାଦେଶର ମ୍ୟାଚ ଆୟୋଜନ ପାଇଁ ଆଇସିସି ପ୍ରସ୍ତାବ ଦେଇଛି। ଚେନ୍ନାଇ ଓ ତିରୁଅନନ୍ତପୁରମରେ ମ୍ୟାଚ ଆୟୋଜନ ଲାଗି ଆଇସିସି ଓ ବିସିସିଆଇ ପକ୍ଷରୁ ତାମିଲନାଡୁ କ୍ରିକେଟ ଆସୋସିଏସନ (ଟିଏନସିଏ) ଓ କେରଳ କ୍ରିକେଟ ଆସୋସିଏସନକୁ ପ୍ରସ୍ତାବ ଦିଆଯାଇଛି। ଉଭୟ କ୍ରିକେଟ ଆସୋସିଏସନ ଏଥିପାଇଁ ଆଗ୍ରହୀ ଥିବା ମଧ୍ୟ ଜଣାଇଛନ୍ତି। ଚେନ୍ନାଇର ଚିପକରେ ଆଗାମୀ ବିଶ୍ବକପର ୮ଟି ମ୍ୟାଚ ଆୟୋଜନ ହେବ, ଏହା ମଧ୍ୟରେ ସମ୍ଭାବ୍ୟ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ମଧ୍ୟ ଅନ୍ତର୍ଭୁକ୍ତ। ଏଣୁ ଟିଏନସିଏ ପକ୍ଷରୁ ବିସିସିଆଇକୁ କୁହାଯାଇଛି ଯେ ଆହୁରି ଅଧିକ ମ୍ୟାଚ ଆୟୋଜନ ନେଇ କୌଣସି ସମସ୍ୟା ନାହିଁ। ତେବେ ସବୁକିଛି ଏବେ ବିସିବିର ନିଷ୍ପତ୍ତି ଉପରେ ନିର୍ଭର କରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button