ଖେଳ

WTC: ଡବ୍ଲୁଟିସି ମାନ୍ୟତା: ଭାରତ ତଳେ ଇଂଲଣ୍ଡ

ଦ୍ବିତୀୟ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ୨୦୨୫-୨୭ ଚକ୍ରର ପଏଣ୍ଟ ଟେବୁଲ୍‌ରେ ଶ୍ରୀଲଙ୍କାକୁ ପଛରେ ପକାଇ ଷଷ୍ଠ ସ୍ଥାନକୁ ଉଠିଛି ଇଂଲଣ୍ଡ।

ଲଣ୍ଡନ: ଦ୍ବିତୀୟ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ୨୦୨୫-୨୭ ଚକ୍ରର ପଏଣ୍ଟ ଟେବୁଲ୍‌ରେ ଶ୍ରୀଲଙ୍କାକୁ ପଛରେ ପକାଇ ଷଷ୍ଠ ସ୍ଥାନକୁ ଉଠିଛି ଇଂଲଣ୍ଡ। ଇଂଲଣ୍ଡର ପଏଣ୍ଟ ପ୍ରତିଶତ ୩୪.୪୪କୁ ବୃଦ୍ଧି ପାଇଛି। ତେବେ ଭାରତ ପୂର୍ବପରି ୫୧.୫୨ ପଏଣ୍ଟ ପ୍ରତିଶତ ସହ ପଞ୍ଚମରେ ରହିଛି।

୪ଟି ଟେଷ୍ଟ ବାକି ରହିଛି

ଚଳିତ ଡବ୍ଲୁଟିସି ଚକ୍ରରେ ଇଂଲଣ୍ଡର ଆଉ ୪ଟି ଟେଷ୍ଟ ବାକି ରହିଛି। ତେବେ ଫାଇନାଲ୍‌ରେ ପହଞ୍ଚିବାର ଦଳର ସମ୍ଭାବନା ଏବେ ମଧ୍ୟ କ୍ଷୀଣ ରହିଛି। ଏହାସହ ଫାଇନାଲ୍‌ ଯୋଗ୍ୟତା ଏବେ କେବଳ ଇଂଲଣ୍ଡର ନିଜ ପ୍ରଦର୍ଶନ ଉପରେ ନିର୍ଭର କରୁନାହିଁ; ଅନ୍ୟ ଦଳଗୁଡ଼ିକର ଫଳାଫଳ ମଧ୍ୟ ଏଥିରେ ବଡ଼ ଭୂମିକା ନେବ। ଅନ୍ୟପକ୍ଷରେ, ପାକିସ୍ତାନ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନରେ ରହିଛି। ଦଳର ପଏଣ୍ଟ ପ୍ରତିଶତ ୧୯.୦୫ରୁ ହ୍ରାସ ପାଇ ୧୬.୬୭ରେ ପହଞ୍ଚିଛି।

ଭାରତ ପାଇଁ ମଧ୍ୟ ଏହି ସ୍ଥିତି ଗୁରୁତ୍ୱପୂର୍ଣ୍ଣ। ଭାରତ ତା’ର ବାକି ଥିବା ୭ଟି ଟେଷ୍ଟରେ ବିଜୟ ହାସଲ କଲେ, ଇଂଲଣ୍ଡ ଆଉ ଭାରତକୁ ପଏଣ୍ଟ ଟେବୁଲ୍‌ରେ ଅତିକ୍ରମ କରିପାରିବ ନାହିଁ। ଏଣୁ ଫାଇନାଲ୍‌ ଦୌଡ଼ରେ ଭାରତ ପାଇଁ ଏହି ବାକି ମ୍ୟାଚ୍‌ଗୁଡ଼ିକ ଅତ୍ୟନ୍ତ ମହତ୍ତ୍ୱ ବହନ କରୁଛି। କିନ୍ତୁ ଆଗାମୀ ମ୍ୟାଚ୍‌ଗୁଡ଼ିକ ଭାରତ ପାଇଁ ବେଶ ଆହ୍ବାନମୂଳକ ହେବା ସମ୍ଭାବନା ରହିଛି, କାରଣ ଏସବୁ ଟେଷ୍ଟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ସେହିପରି ଇଂଲଣ୍ଡ ନିଜର ବାକି ୪ ଟେଷ୍ଟ ମଧ୍ୟରୁ ୩ଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ଗୋଟିଏ ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଏଣୁ ଏହି ୪ ଟେଷ୍ଟ ବି ଇଂଲଣ୍ଡ ପାଇଁ ସହଜ ହେବ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button