ମହାନଗରରାଜ୍ୟ

CM Mohan Majhi : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ, ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ କରିବେ ଆଲୋଚନା

ଭୁବନେଶ୍ୱର ୧୪।୦୫ : ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ବୈଠକ । ବୁଧବାର ରାଜ୍ୟର ମନ୍ତ୍ରୀମାନଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ୧୧ଟାରେ ବସିବ ବୈଠକ।

ଖବର ଅନୁଯାୟୀ, ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ନେଇ ବୁଧବାର ବୈଠକରେ ହେବ ଆଲୋଚନା। ଜୁନ ୧୨ରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ହେଉଛି। ସେନେଇ ରାଜ୍ୟ ସରକାର କ’ଣ କାର୍ଯ୍ୟକ୍ରମ ହାତକୁ ନେବେ ସେ ବିଷୟରେ ଆଲୋଚନା କରିବେ। ଏହାସହ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ଓଡିଶାବାସୀଙ୍କ ଆଗରେ ରଖିଥିଲେ। ଏବେ ଦ୍ଵିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର। ସେନେଇ ଆଜିର ବୈଠକରେ ହେବ ଆଲୋଚନା।

 

 

 

ସୌଜନ୍ୟ Prameya News7

Show More
Back to top button