ଖେଳ

Ajinkya Rahane: ଭାରତ-ଶ୍ରୀଲଙ୍କା ଟେଷ୍ଟରେ ସ୍ପେସାଲ ଡେବ୍ୟୁ କରିବେ ଅଜିଙ୍କ୍ୟ ରାହାଣେ, ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ୍

ଭାରତର ପ୍ରମୁଖ ଟେଷ୍ଟ ବ୍ୟାଟର ଥିବା ଅଜିଙ୍କ୍ୟ ରାହାଣେ ଏବେ ଏକ ନୂତନ ଭୂମିକାରେ ନଜର ଆସିବେ । ଆସନ୍ତାକାଲିଠାକୁ ଗାଲେରେ ଆରମ୍ଭ ହେବାକୁ ଥିବା ଭାରନ ବନାମ ଶ୍ରୀଲଙ୍କା ଟେଷ୍ଟ ସିରିଜରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି ରାହାଣେ ।

ନୂଆଦିଲ୍ଲୀ,୧୪/୦୮: ନିକଟରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଏକ ଖବର ଆସୁଛି । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ତାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ । ଆସନ୍ତାକାଲିଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜରେ ସରପ୍ରାଇଜ୍ ଏଣ୍ଟ୍ରୀ କରିବେ ରାହାଣେ । ଟେଷ୍ଟ ଭାଷ୍ୟକାର ବା କମେଣ୍ଟଣ୍ଟେଟର ଭାବେ ପଦାର୍ପଣ କରିବେ ରାହାଣେ । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଗାଲେରେ ବିଜୟ ସହିତ ସିରିଜ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏହି ସିରିଜରେ ସୋନି ସ୍ପୋର୍ଟସ୍ ନେଟୱାର୍କ ଭାଷ୍ୟକାର ଭୂମିକା ତୁଲାଇବେ ରାହାଣେ । ସେ ସୋନି ଏକ୍ସଟ୍ରା ଇନିଂସରେ ଯୋଗ ବି ଦେଇ ସାରିଛନ୍ତି ।

ପୂର୍ବତନ ଭାରତୀୟ ଟେଷ୍ଟ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ । ୧୮ ବର୍ଷର ପ୍ରଥମ ଶ୍ରେଣୀ କ୍ୟାରିୟରରୁ ଅବସର ନେବା ପରେ, ରାହାଣେ ଏବେ ବ୍ୟାଟ୍ ଛାଡି ମାଇକ୍ରୋଫୋନ୍ ଧରିବାକୁ ପ୍ରସ୍ତୁତ । ୩୭ ବର୍ଷୀୟ ରାହାଣେ ପ୍ରଥମ ଶ୍ରେଣୀ ଡେବ୍ୟୁ ପରେ ଚମତ୍କାର ଖେଳ କ୍ୟାରିୟରୁ ବିଦାୟ ନେଇଛନ୍ତି । ଏବେ ଜଣେ ଭାଷ୍ୟକାର ଭାବରେ ନୂଆ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ରାହାଣେ ଭାରତ ପାଇଁ ୮୫ଟି ଟେଷ୍ଟ ଖେଳିଛନ୍ତି । ୩୮.୪୬ ହାରରେ ୫.୦୭୭ ରନ୍ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୨୬ଟି ଅର୍ଦ୍ଧଶତକ ସାମିଲ । ତାଙ୍କ ନେତୃତ୍ୱରେ ଭାରତ ୨୦୨୦-୨୧ରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଥିଲା । ଏବେ ସେ ଭାରତର ଶ୍ରୀଲଙ୍କା ଗସ୍ତରେ କମେଣ୍ଟ୍ରୀ ବକ୍ସରେ ଡେବ୍ୟୁ କରିବେ । ପ୍ରଶଂସକ ସୋନି ସ୍ପୋର୍ଟସ୍ସ ନେଟୱାର୍କରେ ସିଧା ସିରିଜ ଏବଂ ସୋନି ଲିଭରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ।

‘ଖେଳକୁ ଭିନ୍ନ ଦୃଷ୍ଟିକୋଣକୁ ନେବାକୁ ହେବ’- ନୂଆ ଭୂମିକାକୁ ନେଇ ରାହାଣେ କହିଛନ୍ତି, ” ମୁଁ ମୋର ଅଭିଜ୍ଞତା ବାଣ୍ଟିବାକୁ, ଖେଳର କୌଶଳ ବୁଝାଇବାକୁ ଏବଂ ପ୍ରଶଂସକମାନଙ୍କୁ ନିଷ୍ପତ୍ତି, ରଣନୀତି ଏବଂ ଏକ ଟେଷ୍ଟ ମ୍ୟାଚରେ ଗତି ପରିବର୍ତ୍ତନ କରିପାରୁଥିବା ମୁହୂର୍ତ୍ତଗୁଡିକ ବିଷୟରେ ଜଣାଇବାକୁ ଅପେଷା କରିଛି । ଖେଳକୁ ଭିନ୍ନ ଦୃଷ୍ଟିକୋଣକୁ ନେବାକୁ ହେବ  

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button