ଖେଳ

Harry Brook: IPL କମବ୍ୟାକ୍ ପାଇଁ ବ୍ୟାକୁଳ ଇଂଲଣ୍ଡର ଘାତକ ପ୍ଲେୟାର, ୨ ବର୍ଷ ପାଇଁ ବାଟ ବନ୍ଦ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରୁ ଦୁଇ ବର୍ଷର ବାସନ୍ଦ ପରେ ଇଂଲଣ୍ଡର ଦିନିକିଆ ଏବଂ ଟି-୨୦ ଅଧିନାୟକ ହ୍ୟାରି ବ୍ରୁକ୍ ଆଇପିଏଲ୍ କୁ ଫେରିବାକୁ ଆଗ୍ରହୀ। ଏକ ସାକ୍ଷତକାରରେ ସେ ଆଇପିଏଲକୁ ଫେରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀ,୧୪/୦୮: ଇଂଲଣ୍ଡର ଯୁବ ବ୍ୟାଟର ତଥା ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ହ୍ୟାରୀ ବ୍ରୁକ୍ ପୁଣି ଥରେ ଆଇପିଏଲ୍କୁ ଫେରିବା ପାଇଁ ମନ ବଳାଇଛନ୍ତି । ସେ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ଆଇପିଏଲ୍ ଶ୍ରେଷ୍ଠ ଲିଗ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କ ଦକ୍ଷତା ବିକଶିତ କରୁଛି । ଆଗାମୀ ଦିନରେ ସୁବିଧା ମିଳିଲେ ପୁଣିଥରେ ଆଇପିଏଲ୍ ଖେଳିବି ।

ସୂଚନାଯୋଗ୍ୟ, ୨୦୨୩ସିଜନରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ ଓ ଗୋଟିଏ ଶତକ ଅର୍ଜନ କରିଥିଲେ । ୨୦୨୪ ସିଜନରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା । ମାତ୍ର ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ । ୨୦୨୫ ସିଜନ ପୂର୍ବରୁ ମଧ୍ୟ ସେ ଆଇପିଏଲ୍ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ । ଜାତୀୟ କ୍ରିକେଟ୍କୁ ପ୍ରାଥମିକତା ଦେବାକୁ ଚାହୁଁଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲେ । ବ୍ରୁକ୍ଙ୍କ ଏହି ନିଷ୍ପତ୍ତି ଯୋଗୁଁ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ କ୍ଷତି ସହିଥିଲା । ଏହାପରେ ବିସିସିଆଇ କଠୋର ନିୟମ ଲାଗୁ କରିଥିଲା । କୌଣସି ଖେଳାଳି ନିଲାମରେ ସାମିଲ ହୋଇ କୌଣସି ଦଳ ପକ୍ଷରୁ ଚୁକ୍ତି କରିବରା ପରେ ବିନା କାରଣରେ ଓହରି ଗଲେ ଉକ୍ତ ଖେଳାଳିଙ୍କୁ ପରବର୍ତ୍ତୀ ୩ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିବାକୁ ସୁଯୋଗ ଦିଆଯିବ ନାହିଁ । ଫଳ ସ୍ୱରୂପ ବ୍ରୁକ୍ ୨୦୨୮ ସିଜନ ପର୍ଯ୍ୟନ୍ତ ଆଇପିଏଲ୍ ଖେଳି ପାରିବେ ନାହିଁ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button