ରାଜ୍ୟ

ଅମ୍ବାଭୋନାରେ କଲରାପତରିଆ ଆତଙ୍କ: କୁକୁର ଶିକାରର ଭିଡିଓ ଭାଇରାଲ୍‌, ଟ୍ରାକ୍‌ କରୁଛି ବନ ବିଭାଗ

ଅମ୍ବାଭୋନା/ବରଗଡ଼, ୦୩/୦୯ ବରଗଡ଼ ଜିଲା ଅମ୍ୱାଭୋନା ବ୍ଲକ ଜରିମୂଲୀ ଲାଉନସରା ଅଞ୍ଚଳରେ ଏକ କଲରାପତରିଆ ବୁଲା କୁକୁରକୁ ଶିକାର କରିଛି ।  ଲାଉନସରା ଜଙ୍ଗଲ ନିକଟ “ସମ୍ପର୍କର ସେତୁ’ ନିର୍ମାଣ ସ୍ଥଳ ନିକଟରେ ମଙ୍ଗଳବାର  ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ହଠାତ୍‌ ଜଙ୍ଗଲରୁ ଉକ୍ତ ବାଘ ବାହାରି ରାସ୍ତା  ନିକଟକୁ ଆସୁଛି ଏବଂ ଏକ ବୁଲା କୁକୁରକୁ ଝାମ୍ପ ମାରି ଶିକାର କରି ଜଙ୍ଗଲକୁ  ଚାଲିଯାଉଛି । ଏ ସମସ୍ତ ଦୃଶ୍ୟ ଜଙ୍ଗଲ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ  କଏଦ ହୋଇଛି । ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ  ଖେଳିଯାଇଛି ।ବନ ଅଧିକାରୀ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।

ବାଘ ଗତିବିଧି  ସ୍ପଷ୍ଟ ହେବା ପରେ ରାତିରେ ଗୃହପାଳିତ ପ୍ରାଣୀଙ୍କୁ ତାଟିକବାଟ ଦେଇ ରଖିବାକୁ  ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସରୋଜ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି ।  ଅମ୍ୱାଭୋନା ବନାଞ୍ଚଳରେ ୩୦ରୁ ୪୦ କଲରାପତରିଆ ଅଛନ୍ତି । ବାଘ ମୁଖ୍ୟତଃ  ବନ୍ୟପ୍ରାଣୀ ଶିକାର କରିଥାଆନ୍ତି । ଖାଦ୍ୟାଭାବ ହେଲେ କିମ୍ବା ଶିକାର ନ ମିଳିଲେ,  ସେମାନେ ଜନବସତିକୁ ଆସନ୍ତି । ଏହି ସମୟରେ ଛେଳି, ମେଣ୍ଢା, ଛୋଟ ବାଛୁରି  ଏବଂ କୁକୁର ଶିକାର କରିଥାନ୍ତି । ବନ ବିଭାଗ ବାଘକୁ ଟ୍ରାକ୍‌ କରୁଛି । ଭୟଭୀତ ନ  ହୋଇ ସତର୍କ ରହିବାକୁ ଡିଏଫ୍‌ଓ ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତି । ଅନ୍ୟପଟେ  ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button