Inspiring Story : ୪୨ କିମି ମାରାଥନ ଦୌଡିଲେ ୬୩ ବର୍ଷୀୟ ଚିତ୍ତରଞ୍ଜନ ପାତ୍ର

ନବରଙ୍ଗପୁର, ୩/୯ : ବୟସ ୬୩ । ଅଥଚ ୫ଘଣ୍ଟା ୪୮ ମିନିଟରେ ମାରାଥନ ଦୌଡି ୪୨ କିମି ଅତିକ୍ରମ କରି କମାଲ୍ ଦେଖାଇଛନ୍ତି ଚିତ୍ତରଞ୍ଜନ ପାତ୍ର । ହାଇଦ୍ରାବାଦଠାରେ ମାରାଥନ୍ ଦୌଡି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ଧାବକ ଶ୍ରୀ ପାତ୍ର ।
ନିକଟରେ ହାଇଦ୍ରାବାଦ ଠାରେ ଏନଏମ୍ଡିସି ପକ୍ଷରୁ ୫୫-୬୪ ବର୍ଷ ବର୍ଗର ମାରାଥନ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ ଚିତ୍ତରଞ୍ଜନ ୪୨ କିମିର ମାରାଥନ୍କୁ ୫ ଘଣ୍ଟା ୪୮ ମିନିଟରେ ଶେଷ କରିଛନ୍ତି । ଚିତ୍ତରଞ୍ଜନଙ୍କ ଏହା ପ୍ରଥମ ରେକର୍ଡ ନୁହେଁ । ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ମାରାଥନ୍ ପ୍ରତିଯୋଗିତାରେ ସେ ଭାଗ ନେଇଛନ୍ତି । ଗତ ବର୍ଷ ହାଇଦ୍ରାବାଦର ନେକ୍ଲେସ୍ ରୋଡରୁ ଗୋଚିବାଲ୍ଲି ପର୍ଯ୍ୟନ୍ତ ୨୧ କିଲୋମିଟର ରାସ୍ତାକୁ ମାତ୍ର ୨ଘଣ୍ଟା ୧୩ ମିନିଟରେ ଅତିକ୍ରମ କରିଥିଲେ । ଅତୀତରେ ଗୋଆ, କୋଲକାତା, ଲେ-ଲାଦାଖ୍, ଅହମ୍ମଦାବାଦ, ବିଶାଖପାଟଣା, ଭୁବନେଶ୍ୱର, ବେଙ୍ଗାଲୁରୁ, ମୁମ୍ବାଇକୁ ମିଶାଇ ଏବେ ସୁଦ୍ଧା ୨୪ଟି ମାରାଥନ୍ ପ୍ରତିଯୋଗିତାରେ ଭାଗ ନେଇଥିବା ସେ କହିଛନ୍ତି ।
ସୌଜନ୍ୟ ପ୍ରମେୟ




