ଅର୍ଚ୍ଚିତାଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଖୋଜୁଛି ପୋଲିସ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବଡ଼ଡୁମ୍ବୁଳା ଗାଁରେ ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଟୁନା ସେଠୀଙ୍କ ଝିଅ ଅର୍ଚ୍ଚିତା ସେଠୀ (୧୬ ବର୍ଷ) ।

ଦିଗପହଣ୍ଡି ୨୪।୦୩ : ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବଡ଼ଡୁମ୍ବୁଳା ଗାଁରେ ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଟୁନା ସେଠୀଙ୍କ ଝିଅ ଅର୍ଚ୍ଚିତା ସେଠୀ (୧୬ ବର୍ଷ) । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ।

ଖବର ଅନୁଯାୟୀ, ଅର୍ଚ୍ଚିତାଙ୍କୁ ରବିବାର ପୂର୍ବାହ୍ଣରେ ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାରମ୍ବାର ବାନ୍ତି କରୁଥିବା ଅର୍ଚ୍ଚିତାଙ୍କୁ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ହେଲେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ସନ୍ଦେହ କରି ଦିଗପହଣ୍ଡି ଥାନା ପୁଲିସକୁ ସୂଚନା ଦେଇଥିଲେ। ଅର୍ଚ୍ଚିତାଙ୍କ ବଡ଼ ଭାଇ କିରଣ ସେଠୀ ଏତଲା ଦେବା ପରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।

ସୌଜନ୍ୟ Prameya News7

Exit mobile version