Site icon Swayam News

ଆଇଏନ୍‌ଏସ୍‌ ଅରିଘାତରୁ ପରମାଣୁ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆଜି ୩୫୦୦ କିମି ‌ରେଞ୍ଜ୍‌ର ଏକ ପରମାଣୁ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ କରିଛି। ନିକଟରେ ନୌସେନାରେ ସାମିଲ ହୋଇଥିବା ଆଇଏନ୍‌ଏସ୍‌ ଅରିଘାତରୁ ଏହି ସଫଳ ପରୀକ୍ଷଣ କରାଯାଇଛି। ବଙ୍ଗୋପ ସାଗରରେ ହୋଇଥିବା ଉକ୍ତ ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ଦକ୍ଷତା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଉଲ୍ଲେଖଯୋଗ୍ୟ, ଆଇଏନ୍‌ଏସ୍‌ ଅରିହନ୍ତ ଏବଂ ଅରିଘାତ ଭାରତୀୟ ନୌସେନାର ୨ଟି ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ। ଏହି ୨ଟି ବୁଡ଼ାଜାହାଜର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା କ୍ଷମତା ରହିଛି। ଅରିଘାତ ଗତ ଅଗଷ୍ଟରେ ନୌସେନାରେ ସାମିଲ ହୋଇଥିଲା। ଏହି ଶ୍ରେଣୀର ଅନ୍ୟ ଏକ ବୁଡ଼ାଜାହାଜ ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି।
ସୌଜନ୍ୟ-ସମ୍ୱାଦ

Exit mobile version