ବିଶେଷ

ଆକାଶରୁ ଚନ୍ଦ୍ର ଅଦୃଶ୍ୟ ହୋଇଗଲେ ପୃଥିବୀର କ’ଣ ହେବ ?

ରାତିର ଆକାଶରେ ଜହ୍ନର ଆଲୁଅ ନଥିଲେ ପୃଥିବୀ କେମିତି ଦେଖାଯିବ ? ସମୁଦ୍ରରେ ଆଉ ଜୁଆର-ଭଟ୍ଟା ଆସିବ କି ? ପୃଥିବୀର ଜଳବାୟୁ ପୂର୍ବଭଳି ରହିବ କି? ବେଳେବେଳେ ଏଭଳି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । କାରଣ ବୈଜ୍ଞାନିକମାନେ କହୁଛନ୍ତି, ପୃଥିବୀର ସବୁଠାରୁ ନିକଟତମ ଚନ୍ଦ୍ର ଥାଏ। ଯାହାକି ଏବେ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି ।

ଭୁବନେଶ୍ୱର: ରାତିର ଆକାଶରେ ଜହ୍ନର ଆଲୁଅ ନଥିଲେ ପୃଥିବୀ କେମିତି ଦେଖାଯିବ ? ସମୁଦ୍ରରେ ଆଉ ଜୁଆର-ଭଟ୍ଟା ଆସିବ କି ? ପୃଥିବୀର ଜଳବାୟୁ ପୂର୍ବଭଳି ରହିବ କି? ବେଳେବେଳେ ଏଭଳି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । କାରଣ ବୈଜ୍ଞାନିକମାନେ କହୁଛନ୍ତି, ପୃଥିବୀର ସବୁଠାରୁ ନିକଟତମ ଚନ୍ଦ୍ର ଥାଏ । ଯାହାକି ଏବେ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି । ଏହି ଖବର ଶୁଣି ଅନେକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ଚନ୍ଦ୍ର ସଙ୍କୁଚିତ ହେଉଥିଲେ ମଧ୍ୟ ଏହା ଏବେ କିମ୍ବା ନିକଟ ଭବିଷ୍ୟତରେ ଅଦୃଶ୍ୟ ହେବାର କୌଣସି ଆଶଙ୍କା ନାହିଁ। ଏହା ଏକ ସ୍ୱାଭାବିକ ଭୂତାତ୍ତ୍ୱିକ ପ୍ରକ୍ରିୟା, ଯାହା ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଆସୁଛି।

କାହିଁକି ସଙ୍କୁଚିତ ହେଉଛି ଚନ୍ଦ୍ର?

ବୈଜ୍ଞାନିକଙ୍କ ମତରେ, ଚନ୍ଦ୍ରର ଆଭ୍ୟନ୍ତରୀଣ ଭାଗ କ୍ରମଶଃ ଥଣ୍ଡା ହେଉଛି। ଭିତରର ଉତ୍ତାପ କମିବା ସହ ଏହାର ଆକାର ମଧ୍ୟ ଧୀରେ ଧୀରେ ଛୋଟ ହେଉଛି। ଫଳରେ ଚନ୍ଦ୍ର ପୃଷ୍ଠରେ ଭାଙ୍ଗ, କୁଞ୍ଚନ ଏବଂ ବିଶାଳ ଖଡ଼ା ପାହାଡ଼ ସଦୃଶ ଗଠନ ସୃଷ୍ଟି ହେଉଛି। ବୈଜ୍ଞାନିକ ଭାଷାରେ ଏହାକୁ ‘ଲୋବେଟ୍ ସ୍କାର୍ପ୍ସ’ ବୋଲି କୁହାଯାଏ।

ଯଦି ଚନ୍ଦ୍ର ନଥାଏ, କ’ଣ ହେବ ?

ଚନ୍ଦ୍ର ପୃଥିବୀର ଜୈବ ବିବିଧତା ପାଇଁ ଏକ ଅତ୍ୟନ୍ତ ଜରୁରୀ ଅଂଶ । ଯଦି ଏହା ହଠାତ୍ ଅଦୃଶ୍ୟ ହୋଇଯାଏ, ତେବେ ପୃଥିବୀରେ ଅନେକ ବଡ଼ ପରିବର୍ତ୍ତନ ଦେଖାଯିବ। ସବୁଠାରୁ ବଡ଼ ପ୍ରଭାବ ପଡ଼ିବ ସମୁଦ୍ରର ଜୁଆର-ଭଟ୍ଟା ଉପରେ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ହିଁ ସମୁଦ୍ର ଜଳକୁ ଆକର୍ଷିତ କରି ଜୁଆର-ଭଟ୍ଟା ସୃଷ୍ଟି କରେ। ଚନ୍ଦ୍ର ନ ଥିଲେ ଏହି ପ୍ରକ୍ରିୟା ବହୁତ ଦୁର୍ବଳ ହୋଇଯିବ, ଯାହାର ପ୍ରଭାବ ସାମୁଦ୍ରିକ ଜୀବଜଗତ ଉପରେ ପଡ଼ିବ। ଏହା ସହ ପୃଥିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିପାରେ। କେତେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଓ ଅନ୍ୟ କେତେକ ସ୍ଥାନରେ ଅତ୍ୟଧିକ ଉତ୍ତାପ ଦେଖାଦେଇପାରେ। ରାତିର ଆକାଶ ମଧ୍ୟ ବଦଳିଯିବ। ଚନ୍ଦ୍ର ଆଲୋକ ଉପରେ ନିର୍ଭର କରୁଥିବା ଅନେକ ପଶୁପକ୍ଷୀଙ୍କ ଜୀବନଚକ୍ର ପ୍ରଭାବିତ ହେବ। ଚନ୍ଦ୍ର ପୃଥିବୀର ଘୂର୍ଣ୍ଣନ ବେଗକୁ ଧୀର କରିବାରେ ସହାୟକ ହୁଏ । ଯଦି ଚନ୍ଦ୍ର ନ ରହେ, ତେବେ ଅତି ଦୀର୍ଘ ସମୟ ମଧ୍ୟରେ ପୃଥିବୀ ଅଧିକ ଦ୍ରୁତ ଗତିରେ ଘୂରିପାରେ, ଯାହାର ପ୍ରଭାବରେ ଦିନର ଦୈର୍ଘ୍ୟରେ ପରିବର୍ତ୍ତନ ଆସିପାରେ।

ବୈଜ୍ଞାନିକମାନେ କହୁଛନ୍ତି, ଚନ୍ଦ୍ରର ସଙ୍କୁଚିତ ହେବା କୌଣସି ବିପଦର ସଙ୍କେତ ନୁହେଁ ବରଂ ଏହା ଚନ୍ଦ୍ରର ବିକାଶ ପ୍ରକ୍ରିୟାର ଏକ ସାଧାରଣ ଅଂଶ । ତେଣୁ ଚନ୍ଦ୍ର ସଙ୍କୁଚିତ ହେଉଛି ବୋଲି ଚିନ୍ତା କରିବାର ଆବଶ୍ୟକ ନାହିଁ ବରଂ ଏହା ଆମ ସୌରଜଗତର ଏକ ସ୍ୱାଭାବିକ ପ୍ରକ୍ରିୟା, ଯାହା ବିଷୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ଚନ୍ଦ୍ରର ଉପସ୍ଥିତି ଆହୁରି କୋଟି କୋଟି ବର୍ଷ ଧରି ପୃଥିବୀ ସହ ରହିବ ବୋଲି ଗବେଷଣାରେ ଅନୁଧ୍ୟାନ କରାଯାଇଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button