ବିଶେଷ

୩୦ ସେକେଣ୍ଡରେ ୧୯୫ କିସ୍ କରି ବିଶ୍ୱ ରେକର୍ଡ କଲେ ବ୍ରାଜିଲର ଦମ୍ପତି

ପ୍ରେମର କୌଣସି ମାପକାଠି ନଥାଏ... କିନ୍ତୁ ଏଥର ପ୍ରେମକୁ ମାପିଛି ଗିନିଜ୍ ୱାର୍ଲ୍ଡ ରେକର୍ଡସ। ମାତ୍ର ୩୦ ସେକେଣ୍ଡ.. ଆଉ ସେହି ସମୟ ମଧ୍ୟରେ ୧୯୫ ଥର ଚୁମ୍ବନ । ବ୍ରାଜିଲର ଜଣେ ଦମ୍ପତି ସୃଷ୍ଟି କରିଛନ୍ତି ଏଭଳି ନିଆରା ବିଶ୍ୱ ରେକର୍ଡ।

ବ୍ରାସିଲିଆ : ପ୍ରେମର କୌଣସି ମାପକାଠି ନଥାଏ… କିନ୍ତୁ ଏଥର ପ୍ରେମକୁ ମାପିଛି ଗିନିଜ୍ ୱାର୍ଲ୍ଡ ରେକର୍ଡସ। ମାତ୍ର ୩୦ ସେକେଣ୍ଡ.. ଆଉ ସେହି ସମୟ ମଧ୍ୟରେ ୧୯୫ ଥର ଚୁମ୍ବନ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବ୍ରାଜିଲର ଜଣେ ଦମ୍ପତି ସୃଷ୍ଟି କରିଛନ୍ତି ଏଭଳି ନିଆରା ବିଶ୍ୱ ରେକର୍ଡ। ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। କିଏ ଏହି ଦମ୍ପତି? ଆଉ କେମିତି ସମ୍ଭବପର ହେଲା ଏହି ବିଶ୍ୱ ରେକର୍ଡ ?

ବ୍ରାଜିଲର ଜଣେ ଦମ୍ପତି ମାତ୍ର ୩୦ ସେକେଣ୍ଡ ମଧ୍ୟରେ ୧୯୫ ଥର ଚୁମ୍ବନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ନିଜ ନାମ ଲେଖାଇଛନ୍ତି। ସେମାନଙ୍କର ଏହି ଅଭିନବ ରେକର୍ଡ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରେକର୍ଡ ସୃଷ୍ଟି ପାଇଁ ଦମ୍ପତିଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡସର ନିର୍ଦ୍ଧାରିତ ନିୟମ ମାନିବାକୁ ପଡ଼ିଥିଲା। ସାଧାରଣତଃ ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇବା ପାଇଁ ପ୍ରତ୍ୟେକ ବିଭାଗର ଅଲଗା ଅଲଗା ନିୟମ ରହିଥାଏ। ଏହି ରେକର୍ଡ କ୍ଷେତ୍ରରେ ମଧ୍ୟ ସେହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରତ୍ୟେକ ଚୁମ୍ବନ ସ୍ପଷ୍ଟ ଭାବେ ସମ୍ପୂର୍ଣ୍ଣ ହେବା ସହ ସମସ୍ତ ନିୟମ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ମାତ୍ର ୩୦ ସେକେଣ୍ଡ ୧୯୫ ଥର ଚୁମ୍ବନ କରିବା ସହଜ କଥା ନୁହେଁ। ଏହି ରେକର୍ଡ ହାସଲ କରିବା ପାଇଁ ସେମାନେ ଅନେକ ଦିନରୁ ଅଭ୍ୟାସ କରିଥିଲେ।

ତେବେ ଦମ୍ପତ୍ତିଙ୍କ ନାଁରେ ରେକର୍ଡ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। କେହି ଏହାକୁ ପ୍ରେମର ନୂଆ ପରିଚୟ ବୋଲି କହୁଥିବା ବେଳେ, ଆଉ କେହି ଏହାକୁ ମଜାଳିଆ ଏବଂ ନିଆରା ବିଶ୍ୱ ରେକର୍ଡ ବୋଲି ବର୍ଣ୍ଣନା କରୁଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ପ୍ରତିବର୍ଷ ଏଭଳି ଅନେକ ଅସାଧାରଣ ଓ ରୋଚକ ରେକର୍ଡ ସ୍ଥାନ ପାଉଛି। କେହି ଦୌଡ଼ି ବିଶ୍ୱ ରେକର୍ଡ କରନ୍ତି, କେହି ଗୀତ ଗାଇ ଇତିହାସ ରଚନ୍ତି। ଆଉ ଏବେ ଏହି ତାଲିକାରେ ସାମିଲ ହୋଇଛି ବ୍ରାଜିଲର ଏହି ଦମ୍ପତିଙ୍କ ଅନନ୍ୟ କୀର୍ତ୍ତିମାନ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button