ରାଜ୍ୟ

ଆଜି ବିଡିଏ ପ୍ରତିଷ୍ଠା ଦିବସ, ଏକାମ୍ର ରେସିଡେନ୍ସି ପ୍ରକଳ୍ପ ଲୋକାର୍ପଣ ହେବ

ଭୁବନେଶ୍ୱର,୦୧/୦୯: ଆଜି ବିଡିଏ ୪୪ତମ ପ୍ରତିଷ୍ଠା ଦିବସ ପାଳିବ । ଏହି ଅବସରରେ ଏକାଧିକ ବଡ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ବିଡିଏ ପକ୍ଷରୁ ସୁବୁଦ୍ଧିପୁରରେ ନିର୍ମାଣ ହୋଥିବା ଏକାମ୍ର ରେସିଡେନ୍ସି ପ୍ରକଳ୍ପ ଲୋକାର୍ପଣ ହେବ । ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଡିଏ ପକ୍ଷରୁ ରାଜଧାନୀରେ ନିର୍ମାଣ ହୋଇଥିବା ସବୁଠୁ ବଡ ରେସିଡେନ୍ସି ପ୍ରକଳ୍ପ ପାଇଁ ବିକ୍ରି ଶୁଭାରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ଅନୁମତି ମିଳିଥିବା ୪୨୯ ଦୁଇ ବିଏଚ୍‌କେ ଏବଂ ୩ ବିଏଚ୍‌କେ ଘର ବିକ୍ରି କରାଯିବ । ଏହା ବାଦ୍ ବିଡିଏ ପକ୍ଷରୁ ନୂଆ ଟାଉନ ପ୍ଲାନିଂ ସ୍କିମ୍ ଲଞ୍ଚ କରାଯିବ । ଧଉଳି-ଏମ୍ସ୍ ଟାଉନ ପ୍ଲାନିଂ କାର୍ଯ୍ୟ ଆଗେଇବ । ଏହା ବାଦ ନ୍ୟୁ ଭୁବନେଶ୍ୱର ପ୍ରକଳ୍ପ ଏବଂ ନୂଆ ସିଡିପି, ବିଡିଏ ପକ୍ଷରୁ ଏକାଧିକ ରେସିଡେନ୍ସି ଏବଂ କମର୍ସିଆଲ ପ୍ରକଳ୍ପ ଲୋକାର୍ପଣ ହେବ ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button