ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ଫେଙ୍ଗାଲ। ଏହା କରାଇକାଲ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ବେଳେ ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ପବନ ବହିବ। ପ୍ରବଳ ବର୍ଷା ଜାରି ରହିଥିବାରୁ ବହୁତ ଅଞ୍ଚଳ ପାଣିରେ ବୁଡ଼ିରହିଛି।
ସୌଜନ୍ୟ-ଧରିତ୍ରୀ
