Site icon Swayam News

ଆତଙ୍କୀ ପନ୍ନୁର ଆକ୍ରମଣ ଧମକ ପରେ ବଢିଲା ଟେନସନ୍ : ବିମାନ ବନ୍ଦର ବାହାରୁ ସନ୍ଦିଗ୍ଧ ବ୍ୟାଗ୍ ଚିହ୍ନଟ, ସାମ୍ବାଦିକ ମେଲ୍ ଅଣ୍ଡାଳୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର, ୩୦/୧୧ : ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁର ଆକ୍ରମଣ ଧମକ ପରେ ବଢିଲା ଟେନସନ୍। ଭୁବନେଶ୍ଵର ବିମାନ ବନ୍ଦର ବାହାରୁ ଚିହ୍ନଟ ହେଲା ସନ୍ଦିଗ୍ଧ ବ୍ୟାଗ୍। ଏକ ନୀଳ ରଙ୍ଗର ବ୍ୟାଗ୍ ଚିହ୍ନଟ ହୋଇଛି। ଏହି ବ୍ୟାଗ୍‌ଟି କେଉଁଠୁ ଆସିଲା କିଏ ଛାଡି ଯାଇଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଡଗ୍ ସ୍କ୍ଵାର୍ଡ୍ ପହଞ୍ଚି ବ୍ୟାଗ୍ ଯାଞ୍ଚ କରୁଛି। ସେପଟେ ଆତଙ୍କୀ ପନ୍ନୁ ନାଁରେ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ମେଲ୍‌ର ସତ୍ୟତା ନେଇ କ୍ରାଇମ୍‌ବ୍ରାଞ୍ଚ ତନାଘନା କରୁଛି। ସାମ୍ବାଦିକଙ୍କ ମେଲ୍ ଚେକ୍ କରାଯାଉଛି। ଯାଞ୍ଚ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି କୁହାଯାଉଛି। ଏହି ମେଲ୍ ସତ ନା କେହି ମିଥ୍ୟା ଗୁଜବ ସୃଷ୍ଟି କରିବାକୁ ଏଭଳି କରିଛନ୍ତି ତାହା ଖୁବଶୀଘ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, ଶନିବାର ସକାଳ ୯ଟା ୪ରେ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁ ନାଁରେ ଏକ ଧମକପୂର୍ଣ୍ଣ ଅଡିଓ ଜାରି କରାଯାଇଛି। ଏହି ଅଡିଓରେ ଭୁବନେଶ୍ଵର ବିମାନ ବନ୍ଦରକୁ ଟାର୍ଗେଟ୍ କରାଯାଇଛି। ଆସନ୍ତାକାଲି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉଡାଣ ନଭରିବାକୁ ଧମକ ଦିଆଯାଇଛି। ଏହା ସହ ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି। ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଏହି ଭିଡିଓରେ ଓଡ଼ିଆରେ ଥମ୍ବନେଲ୍ ରହିଛି। ଯାହାଫଳରେ ପନ୍ନୁର ସ୍ଲିପିଂ ସେଲ୍ ଓଡ଼ିଶାରେ କାମ କରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଧମକପୂର୍ଣ୍ଣ ମେଲ୍‌ ପରେ କମିଶନରେଟ୍ ପୋଲିସର ଟେନସନ୍ ବଢିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅତିରିକ୍ତ ଫୋର୍ସ ନିୟୋଜିତ କରାଯାଇଛି। ଏହି ଘଟଣା ପରେ କ୍ରାଇମବ୍ରାଞ୍ଚ ସାମ୍ବାଦିକଙ୍କ ମେଲ୍ ଯାଞ୍ଚ କରୁଛି। ତନାଘନା ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
ସୌଜନ୍ୟ-ପ୍ରମେୟ

Exit mobile version