ମହାନଗରରାଜ୍ୟ

‘ଆମ ଶାସନ’ ପୋର୍ଟାଲରେ ସାମିଲ ହେବ ଶକ୍ତି ବିଭାଗ, ସମସ୍ତ ସେବା ନୋଡାଲ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଜନଭାଗିଦାରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ସରକାରୀ ସେବା ଉପରେ ସିଧାସଳଖ ନାଗରିକଙ୍କ ପ୍ରତିକ୍ରିୟା (ଫିଡବ୍ୟାକ୍) ସଂଗ୍ରହ କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ଦ୍ୱାରା ବିକଶିତ ‘ଆମ ଶାସନ’ (Ama Shasana) ପ୍ଲାଟଫର୍ମରେ ଶକ୍ତି ବିଭାଗର ବାକି ରହିଯାଇଥିବା ସମସ୍ତ ସେବାକୁ ତୁରନ୍ତ ସାମିଲ (Onboarding) କରିବା ପାଇଁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତି ବିଭାଗର ଯୁଗ୍ମ ସଚିବ ଲକ୍ଷ୍ମୀକାନ୍ତ ମିଶ୍ର। ରାଜ୍ୟର ଚାରୋଟି ପ୍ରମୁଖ ବିଦ୍ୟୁତ ବିତରଣ କମ୍ପାନୀ (TPCODL, TPNODL, TPSODL, TPWODL) ର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ମାନଙ୍କୁ ଏକ ସରକାରୀ ଚିଠି ଲେଖି ଅବଗତ କରାଇଛନ୍ତି । ନୋଡାଲ ଅଫିସର ନିଯୁକ୍ତ ହେବେ।

ସେବାଗୁଡ଼ିକର ସଠିକ୍ ପରିଚାଳନା ଏବଂ ହିତାଧିକାରୀଙ୍କ ତଥ୍ୟ (Beneficiary Data) ସହଜରେ ଆଇପିଆଇ (API) ଇଣ୍ଟିଗ୍ରେସନ ମାଧ୍ୟମରେ OCAC କୁ ପ୍ରଦାନ କରିବା ପାଇଁ ଇଆଇସି (ବିଦ୍ୟୁତ) କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରିବାକୁ କୁହାଯାଇଛି ।

ଉକ୍ତ ଅଧିକାରୀଙ୍କ ନାମ, ପଦବୀ ଓ ଯୋଗାଯୋଗ ନମ୍ବର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏବଂ OCAC କୁ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

 

 

 

ସୌଜନ୍ୟ Prameya News7

Show More
Back to top button