ଦେଶ ବିଦେଶ

Arrested: ବଡ଼ ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ବେଳେ ଧରାହେଲେ ପିଏଲଏଫଆଇ ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡି

ବଡ଼ ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ପିଏଲ୍‌ଏଫଆଇର ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡି ଓ ତା’ର ତିନି ସହଯୋଗୀକୁ ଗୁମ୍ଫା ପୁଲିସ ଗିରଫ କରିଛି। ଗିରଫ କମାଣ୍ଡର କୋଙ୍ଗାଡି ଖୁଣ୍ଟି ରାନିଆ ଥାନା ଅନ୍ତର୍ଗତ ତାଛୁ ପୁରୁଣାପାଣିର ବୋଲି ଜଣାପଡିଛି।

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମୁକ୍ତ ହେବା ପରେ ମାତିଛନ୍ତି ପିଏଲଏଫଆଇ। ବଡ଼ ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ପିଏଲ୍‌ଏଫଆଇର ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡି ଓ ତା’ର ତିନି ସହଯୋଗୀକୁ ଗୁମ୍ଫା ପୁଲିସ ଗିରଫ କରିଛି। ଗିରଫ କମାଣ୍ଡର କୋଙ୍ଗାଡି ଖୁଣ୍ଟି ରାନିଆ ଥାନା ଅନ୍ତର୍ଗତ ତାଛୁ ପୁରୁଣାପାଣିର ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ୬୬ କାମଦରା ଟୁୟୁଟୋଲିର ଆଗର ସୁରିନ (୩୪), ସରିତା ଜେରାଟୋଲିର ଏତୱା କୋଙ୍ଗାଡି ଓରଫ୍ ଏତଓ୍ବା ମାଷ୍ଟର, ପଶ୍ଚିମ ସିଂହଭୂମ ଗଡକେୱାର ଅର୍ପିତ ଟପ୍ରୋ ଓରଫ୍ ବେଣ୍ଡା (୨୨)। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ବନ୍ଧୁକ, ଗୋଟିଏ ରିଭଲଭର ଓ ସାତ ଅଫୁଟା ଗୁଳି ଜବତ ହୋଇଛି।

୩୫ଟି ଅପରାଧିକ ମାମଲା ରହିଛି

ଏମାନଙ୍କ ନାଁରେ ଗୁମ୍‌ଲା, ସିମ୍‌ଡେଗା, ଖୁଣ୍ଟି ଓ ଅନ୍ୟାନ୍ୟ ଜିଲ୍ଲାରେ ଏକାଧିକ ଅପରାଧିକ ମାମଲା ରହିଛି। ଜୋନାଲ କମାଣ୍ଡର ବିଶ୍ରାମ ନାଁରେ ତିନିଟି ଜିଲ୍ଲାରେ ମୋଟ ୩୫ଟି ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ଗତକାଲି ସକାଳେ ବିଶ୍ରାମ ଓ ତା’ର ସହଯୋଗୀମାନେ କାମଦରା ଥାନା ଅନ୍ତର୍ଗତ ବୋଙ୍ଗାଡା ଗାଁ ନିକଟସ୍ଥ ନିଚ୍ଛାଟିଆ ସ୍ଥାନରେ ବଡ଼ଧରଣ ଅପରାଧିକ କାର୍ଯ୍ୟ କରିବାକୁ ଯୋଜନା କରୁଥିଲେ | କୌଣସି ସୂତ୍ରରୁ ଗୁମ୍‌ଲା ପୁଲିସ ସୂଚନା ପାଇଁ ଚଢ଼ଉ କରିଥିଲା | ଗିରଫ ୪ ପିଏଲ୍‌ଏଫ୍‌ଆଇ ପରେ ଏସ୍‌ପିଙ୍କ ନିର୍ଦେଶକ୍ରମେ ଗଠିତ ପୁଲିସ ଟିମ୍ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ ଜୋରଦାର କରିଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button