ରାଜ୍ୟ

ଆଲବମ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ, ପ୍ରେମିକଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ଚର୍ଚ୍ଚା…

ଖପ୍ରାଖୋଲ,୨୮/୦୯: ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଉଦୀୟମାନ କଳାକାର, ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଫଲୋର୍ସ ଏବଂ ପ୍ରଶଂସକ ମହଲରେ ଶୋକ ପ୍ରକାଶ ପାଇଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ଜସ୍ମିନ ଏକାଧାରରେ ଜଣେ ବହୁମୁଖୀ କଳାକାର ଥିଲେ । ସେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ହେଲେ କୌଣସି କାରଣରୁ ଗତ ୨୫ ତାରିଖ ଅପରାହ୍ନରେ ଟାଇଲ୍ ସଫା ପାଇଁ ବ୍ୟବହୃତ ହେଉଥିବା ଏସିଡ୍ ପିଇ ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥ ।ରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଅପରପକ୍ଷେ ଗତ କିଛିଦିନ ତଳେ ଜସ୍ମିନଙ୍କ ପ୍ରେମିକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା । ସେହି ଖବର ପାଇବା ପରଠୁ ସେ ମାନସିକସ୍ତରରେ ଭାଙ୍ଗିପଡ଼ି ଏଭଳି ପଦକ୍ଷେପ ନେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡ଼ିନାହିଁ । ଜସ୍ମିନଙ୍କ ବିୟୋଗରେ ସ୍ଥାନୀୟ କଳାକାର, କଳାପ୍ରେମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button