Site icon Swayam News

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅବିନାଶ

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୧୦୦୦ରୁ ଅଧିକ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଅବିନାଶ ନନ୍ଦ ପ୍ରଥମ ଓଡ଼ିଆ ଏଆଇ-ଜେନେରେଟେଡ୍ ମ୍ୟୁଜିକ୍‌ ଭିଡିଓ ‘ତୁ କାହିଁ ଲାଗୁଚୁ ମୋତେ’ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଅବିନାଶ ନନ୍ଦଙ୍କ ସହ କାଜଲ ଜେନା ଏହି ମ୍ୟୁଜିକ୍ ଭିଡିଓଟିକୁ ପ୍ରସ୍ତୁତ କରିଛନ୍ତି। ସୁଦୀପ ଜେନା ଏହାର ସ୍ବର ସଂଯୋଜନା କରିଥିବା ବେଳେ ଗୀତ ରଚନା କରିଛନ୍ତି ସୁନୀଲ ମହାରଣା। ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତରେ କଣ୍ଠଦାନ କରିଛନ୍ତି। ଅଭିମନ୍ୟୁ ମିଶ୍ର ଏହି ମ୍ୟୁଜିକ୍‌ ଭିଡିଓର କ୍ରିଏଟିଭ୍ ନିର୍ଦ୍ଦେଶକ ଅଛନ୍ତି।

ଏହି ସଫଳତାକୁ ନେଇ ଆମେ ଉଲ୍ଲସିତ ବୋଲି ଅବିନାଶ ନନ୍ଦ କହିଛନ୍ତି। ସେ ଆହୁରି କହିଛନ୍ତି, ସୀମାରେଖା ଅତିକ୍ରମ କରିବା ପାଇଁ ଆମ ଟିମ୍‌ର କଠିନ ପରିଶ୍ରମ ଓ ସମର୍ପଣ ଏହି ସଫଳତା ଆଣିଦେଇଛି। ଆମେ ଆଶା କରୁଛୁ ଯେ ଏହା ଅନ୍ୟମାନଙ୍କୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ମ୍ୟୁଜିକ୍‌ ଭିଡିଓ ଏବଂ ଟେକ୍ନୋଲୋଜିରେ ନୂତନ ସୀମା ଅନ୍ୱେଷଣ କରିବାକୁ ପ୍ରେରଣା ଦେବ।
ଉଲ୍ଲେଖଯୋଗ୍ୟ, ନିକଟରେ ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ତଥା ଅନୁପମ୍ ଖେରଙ୍କ ଅଭିନୀତ ଏକ ବିଜ୍ଞାପନ ଚଳଚ୍ଚିତ୍ର ଭାରତରେ ଖୁବ୍ ଲୋକପ୍ରିୟ ହୋଇଥିଲା।
ସୌଜନ୍ୟ-ସମ୍ୱାଦ

Exit mobile version