ଦେଶ ବିଦେଶ
ଇରାନ ଯୁଦ୍ଧକୁ ମଧ୍ୟବର୍ତ୍ତୀ ନିର୍ବାଚନ ପରାଜୟର କାରଣ ଦର୍ଶାଇ ହେଗ୍ସେଥ୍ଙ୍କୁ ଘେରିଲେ ରିପବ୍ଲିକାନ୍ ନେତା
ମଙ୍ଗଳବାର ଅନୁଷ୍ଠିତ ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍ ପାର୍ଟି କଂଗ୍ରେସର ଉଭୟ ସଦନରେ ନିୟନ୍ତ୍ରଣ ହାସଲ କରିଛି । ଏହି ପରାଜୟ ପରେ ରିପବ୍ଲିକାନ୍ ଶିବିରରେ ଇରାନ ଯୁଦ୍ଧକୁ ନେଇ ଆତ୍ମସମୀକ୍ଷା ଆରମ୍ଭ ହୋଇଛି ।

ୱାଶିଂଟନ : ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଶୋଚନୀୟ ପରାଜୟ ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍ଙ୍କ ଉପରେ ଦଳ ଭିତରୁ ଚାପ ବଢ଼ିବାରେ ଲାଗିଛି । ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ଓ ଏହାକୁ ଦୀର୍ଘସ୍ଥାୟୀ କରିବାରେ ତାଙ୍କର ଭୂମିକାକୁ ନିର୍ବାଚନୀ ପରାଜୟର ଏକ ପ୍ରମୁଖ କାରଣ ବୋଲି କେତେକ ରିପବ୍ଲିକାନ୍ ନେତା ଦର୍ଶାଇଛନ୍ତି । ଏପରିକି ଦଳର ସାଂସଦ ଟମାସ୍ ମାସି ହେଗ୍ସେଥ୍ଙ୍କୁ ପଦରୁ ଇସ୍ତଫା ଦେବାକୁ କହିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।
ସୌଜନ୍ୟ ସମ୍ବାଦ




