ଦେଶ ବିଦେଶ

କମୁଛି ଜନ୍ମହାର, ବଢ଼ୁଛି ବୟସ୍କଙ୍କ ସଂଖ୍ୟା: ଭବିଷ୍ୟତ ପାଇଁ ସତର୍କ କଲେ ସୁପ୍ରିମ୍‌କୋର୍ଟ

ଗତକାଲି ଏକ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଓ ଜଷ୍ଟିସ୍‌ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ମତ ଦେଇଛନ୍ତି । ୨୦୦୩ରେ ଦେଶର ମୋଟ ପ୍ରଜନନ ହାର ୩.୦୨ ଥିବାବେଳେ ୨୦୨୪ରେ ଏହା ହ୍ରାସ ପାଇ ୧.୯ରେ ପହଞ୍ଚିଛି । ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକ ପ୍ରଜନନ ହାର ୨.୧ ରହିଥିବାବେଳେ ଭାରତ ଏହାଠାରୁ ତଳକୁ ଖସିଯାଇଛି ।

ନୂଆଦିଲ୍ଲୀ : ଭାରତରେ ପ୍ରଜନନ ହାର (ଟୋଟାଲ୍‌ ଫର୍ଟିଲିଟି ରେଟ୍‌) କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଭବିଷ୍ୟତରେ ଦେଶର ଜନସଂଖ୍ୟାଗତ ସ୍ଥିତିରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ଶିଶୁଙ୍କ ସଂଖ୍ୟା କମିବା ସହ ବୟସ୍କଙ୍କ ଅନୁପାତ ବଢ଼ିବା ଫଳରେ ଦେଶର କାର୍ଯ୍ୟକ୍ଷମ ଜନସଂଖ୍ୟା ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ । ଏଭଳି ପରିବର୍ତ୍ତିତ ଜନସଂଖ୍ୟାଗତ ସ୍ଥିତିକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ପୁରୁଣା ନୀତି ଓ ଆଇନର ପୁନର୍ବିଚାର କରିବାର ସମୟ ଆସିଛି ବୋଲି କୋର୍ଟ ମତ ଦେଇଛନ୍ତି ।

ବୟସ୍କଙ୍କ ସଂଖ୍ୟା ବଢ଼ିବ, କମିବ ଶିଶୁଙ୍କ ଅନୁପାତ

ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୨୦୧୧ରେ ପ୍ରାୟ ୧୦ କୋଟି ଥିବାବେଳେ ୨୦୩୬ ସୁଦ୍ଧା ଏହା ୨୩ କୋଟିରେ ପହଞ୍ଚିବ । ମୋଟ ଜନସଂଖ୍ୟାରେ ବୟସ୍କଙ୍କ ଅନୁପାତ ଏହି ସମୟ ମଧ୍ୟରେ ୮.୪ ପ୍ରତିଶତରୁ ବୃଦ୍ଧି ପାଇ ୧୪.୯ ପ୍ରତିଶତ ହେବ । ଅନ୍ୟପକ୍ଷରେ ୧୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଅନୁପାତ ୨୦୧୧ରେ ୩୦.୯ ପ୍ରତିଶତ ଥିବାବେଳେ ୨୦୩୬ ସୁଦ୍ଧା ଏହା ୨୦.୧ ପ୍ରତିଶତକୁ ଖସିବା ଆକଳନ କରାଯାଇଛି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button