ଏଆଇ ସ୍ପର୍ଦ୍ଧା ଯୋଗୁଁ ବିଲୁପ୍ତ ହୋଇପାରେ ମଣିଷ!
ପୃଥିବୀର ପ୍ରମୁଖ ପ୍ରଯୁକ୍ତି କମ୍ପାନିର ସିଇଓମାେନ ଏବେ କୃତ୍ରିମ ମେଧାର ଏକ ବିପଜ୍ଜନକ ପ୍ରତିଯୋଗିତାରେ ଲିପ୍ତ ରହିଛନ୍ତି, ଯାହା ମାନବ ସଭ୍ୟତାର ବିଲୁପ୍ତି ଘଟାଇପାରେ ବୋଲି ୟୁନିଭର୍ସିଟି ଅଫ୍ କାଲିଫର୍ନିଆର....

ପୃଥିବୀର ପ୍ରମୁଖ ପ୍ରଯୁକ୍ତି କମ୍ପାନିର ସିଇଓମାେନ ଏବେ କୃତ୍ରିମ ମେଧାର ଏକ ବିପଜ୍ଜନକ ପ୍ରତିଯୋଗିତାରେ ଲିପ୍ତ ରହିଛନ୍ତି, ଯାହା ମାନବ ସଭ୍ୟତାର ବିଲୁପ୍ତି ଘଟାଇପାରେ ବୋଲି ୟୁନିଭର୍ସିଟି ଅଫ୍ କାଲିଫର୍ନିଆର କମ୍ପ୍ୟୁଟର୍ ସାଇନ୍ସ ପ୍ରଫେସର ତଥା ଗବେଷକ ଷ୍ଟୁଆର୍ଟ ରସେଲ୍ ପ୍ରକାଶ କରିଛନ୍ତି। ପ୍ରଫେସର ରସେଲ୍ଙ୍କ ମତରେ, ଅସାଧାରଣ ଭାବେ ଜ୍ଞାନୀ ଏଆଇ ମଣିଷକୁ ଆୟତ୍ତ କରିବାର ବିପଦ ସମ୍ପର୍କରେ ପୃଥିବୀର ସର୍ବବୃହତ୍ ଏଆଇ କମ୍ପାନିର ମୁଖ୍ୟମାନେ ଭଲଭାବେ ଅବଗତ।
ବିଶ୍ବ ନେତାମାନଙ୍କର ଦାୟିତ୍ବ ହେଲା ସମଗ୍ର ମାନବ ସଭ୍ୟତାକୁ ଏଥିରୁ ରକ୍ଷା କରିବା। ଏଆଇ ପ୍ରଯୁକ୍ତିରେ ହୋଇଚାଲିଥିବା ଅଗ୍ରଗତି ଯୋଗୁଁ ନୂଆ ଔଷଧ ଆବିଷ୍କାର ଭଳି ଲାଭର ପ୍ରତିଶ୍ରୁତି ରହିଛି। କିନ୍ତୁ ଏଆଇ ଆମର ବିଭିନ୍ନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇଯିବା ଏବଂ ସେହି ପ୍ରକ୍ରିୟାରେ ମାନବ ସଭ୍ୟତାର ପ୍ରଭୂତ କ୍ଷତିସାଧନ ହେବାର ବିପଦକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରଫେସର ରସେଲ୍ ଦିଲ୍ଲୀେର ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଟ୍ରେ ପ୍ରକାଶ କରିଛନ୍ତି। ପ୍ରମୁଖ ଏଆଇ କମ୍ପାନିମାନଙ୍କର ସିଇଓମାେନ ଏଆଇର ନିରସ୍ତ୍ରୀକରଣକୁ ସମର୍ଥନ କରୁଥିଲେ ହେଁ ନିବେଶକମାନଙ୍କ ଚାପ ଯୋଗୁଁ ସେମାନେ ତାହା କରିବାକୁ ଅସମର୍ଥ। ତେଣୁ ବିଭିନ୍ନ ଦେଶର ସରକାରମାନେ ଘରୋଇ କମ୍ପାନିମାନଙ୍କ ଏହି ବିପଜ୍ଜନକ ପ୍ରତିଯୋଗିତା ଉପରେ ଅଙ୍କୁଶ ଲଗାଇବା ଜରୁରି ହୋଇପଡ଼ିଛି।
ସୌଜନ୍ୟ ସମ୍ବାଦ




