ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ଚାରିଜଣ ଶୀର୍ଷ ମାଓ କମାଣ୍ଡର ସମେତ ପ୍ରାୟ ୩ଶହ ମାଓବାଦୀ ସୁରକ୍ଷା କର୍ମୀଙ୍କ ଟାର୍ଗେଟରେ ଅଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ଚାରିଜଣଙ୍କ ମଧ୍ୟରେ ମିସିର ବେସରା ଓରଫ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ ଚେତନ, ରାମମନ୍ନା ଓରଫ ଗଣପତି ଓରଫ ଲକ୍ଷ୍ମଣ ରାଓ ଓ ମଲ୍ଲାହ ରାଜା ରେଡ୍ଡୀ ଓରଫ ସାଗର ଅନ୍ତର୍ଭୁକ୍ତ।

