Site icon Swayam News

ଏଭଳି ହୋଇଥିଲେ ପନ୍ତଙ୍କୁ ୨୭ କୋଟି ବଦଳରେ ମିଳିଥାନ୍ତା ମାତ୍ର ୨୦ କୋଟି, ଏମିତି ବାଜି ପଲଟାଇଦେଲା ଲକ୍ଷ୍ନୌ

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ ୨୦୨୨ ମେଗା ନିଲାମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ରିଷଭ ପନ୍ତଙ୍କୁ କିଣିଥିଲେ। ଏହି ପରି ଭାବେ ଆଇପିଏଲ ଇତିହାସରେ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଲକ୍ଷ୍ନୌ ତାଙ୍କୁ ୨୭ କୋଟିରେ କିଣିଛି। କିନ୍ତୁ ଆପଣ ଜାଣନ୍ତି କି ପୂର୍ବରୁ ପନ୍ତ ମାତ୍ର ୨୦.୭୫ କୋଟି ଟଙ୍କା ମିଳିବାକୁ ଯାଉଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏହି ମୂଲ୍ୟରେ ଆରଟିଏମ ଲାଗୁ କରିଥିଲା। କିନ୍ତୁ ତା’ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଆସି ପୂରା ଖେଳକୁ ବଦଳାଇଦେଇଥିଲା।

ବାସ୍ତବରେ ଲକ୍ଷ୍ନୌ ମେଗା ନିଲାମରେ ରିଷଭ ପନ୍ତଙ୍କ ଉପରେ ପ୍ରଥମ ବିଡ ଲଗାଇଥିଲା। ଏହା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଏହି ରେସରେ ଯୋଗ ଦେଇଥିଲା। ଆରସିବି ୧୧ କୋଟିର ଶେଷ ବିଡ କରିଥିଲା। ଏହା ପରେ ଲକ୍ଷ୍ନୌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାର ଶେଷ ବିଡ ଲଗାଇଥିଲା। ତା’ପରେ ଲକ୍ଷ୍ନୌ ୨୫ ଲକ୍ଷ ଅଧିକ ବୃଦ୍ଧି କରି ୨୦.୭୫କୋଟି ଟଙ୍କା ଲଗାଇଥିଲା। ଏହିଠାରୁ ଖେଳ ପଲଟିଗଲା।

ଲକ୍ଷ୍ନୌ ବିଡ ପରେ ଦିଲ୍ଲୀ ଖେଳକୁ ଆସିଥିଲା। ସେ ୨୦.୭୫ କୋଟି ଟଙ୍କା ପରେ ଆରଟିଏମ କାର୍ଡ ବ୍ୟବହାର କରିବାକୁ ଚାହୁଁଥିଲା। କିନ୍ତୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ ମଧ୍ୟ ଏଠାରେ ଅଟକିନଥିଲା। ସେ ରିଷଭ ପନ୍ତଙ୍କ ପାଇଁ ୨୭ କୋଟି ଟଙ୍କା ଅଫର ଦେଇଥିଲା। ଏହି ମୂଲ୍ୟରେ ଦିଲ୍ଲୀ ପାଦ ପଛକୁ ନେଇଥିଲା ଆଉ ଲକ୍ଷ୍ନୌ ତାଙ୍କୁ କିଣିନେଇଥିଲା।
ସୌଜନ୍ୟ-ଧରିତ୍ରୀ

Exit mobile version