ମନୋରଞ୍ଜନ

‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର ରିଲିଜ୍, ଫ୍ୟାନ୍ସ କହିଲେ ହସ ଏବଂ ​‌ରୋମାଞ୍ଚର ଡବଲ୍ ଡୋଜ୍

ଫିଲ୍ମ ଜୁନ୍ ୨୬ରେ ରିଲିଜ ହେବାକୁ ଯାଉଛି। ଗୁରୁବାର ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର ଲଞ୍ଚ ପାଇଁ YRF ଷ୍ଟଡିଓ ତରଫରୁ ଏକ ଭବ୍ୟ ଇଭେଣ୍ଟର ଆୟୋଜନ କରାଯାଇଥିଲା।

ନୂଆଦିଲ୍ଲୀ: ରିଲିଜ୍ ହୋଇଛି କମେଡି ଆକ୍ସନ ଫିଲ୍ମ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର। ଆକ୍ସନ, କମେଡି, ରୋମାନ୍ସ, ଡ୍ରାମା ଏବଂ ସସପେନ୍ସରେ ଭରପୁର ‘ଓ୍ବେଲକମ୍’ ୟୁନିଭର୍ସର ଏହା ହେଉଛି ତୃତୀୟ ଫିଲ୍ମ। ଲଞ୍ଚ ହୋଇଥିବା ପ୍ରାୟ ୪ ମିନିଟ ୧୦ ସେକେଣ୍ଡର ଏହି ଟ୍ରେଲର କମେଡି, ରୋମାଞ୍ଚ, ମସ୍ତି ଏବଂ ଡ୍ରାମା ଦଶର୍କଙ୍କୁ ହସାଇବା ପାଇଁ ଯଥେଷ୍ଟ। ଫ୍ୟାନ୍ସ କହିଛନ୍ତି ‘ଓ୍ବେଲକମ୍’ ସିରିଜର ଏହି ଫିଲ୍ମ, ହସ ଏବଂ ​‌ରୋମାଞ୍ଚର ଡବଲ୍ ଡୋଜ୍।

ଫିଲ୍ମର କାହାଣୀ କିଛି ଏଭଳି ରହିଛି, ପରେଶ ରାଓ୍ବଲ ଏବଂ ରାଜପାଲ ଯାଦବ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଫିଲ୍ମ ପାଇଁ ସେମାନେ ଏକ ବଡ଼ କାଷ୍ଟକୁ ମଧ୍ୟ ଏକାଠି କରିଛନ୍ତି। ଟ୍ରେଲର ଆରମ୍ଭରେ ହିଁ କୁହାଯାଇଛି ଯେ, ଏହା ବଲିଉଡର ପ୍ରଥମ ୨୦୦୦ କୋଟିର ଫେକ୍ ଫିଲ୍ମ। ତେବେ ଫିଲ୍ମରେ ଯଦି ଏତେ ସଂଖ୍ୟକ ଅଭିନେତା ରହିବେ ତେବେ ସୁଟିଂରେ ଅସୁବିଧା ତ’ ହେବ। । ଆଉ ଏହି ଅସୁବିଧା ଏବଂ ଗଡ଼ବଡ଼ ଯୋଗୁ ହେଉଥିବା କମେଡି ଏବଂ ଫିଲ୍ମ ତିଆରି ପାଇଁ ଯେଉଁ ସବୁ ଚେଷ୍ଟା କରାଯାଉଛି, ପୂରା କାହାଣୀ ଏହା ଉପରେ ହିଁ ଆଧାରିତ। ଏସବୁ ଭିତରେ କାଷ୍ଟ ଏକ ଗାଁକୁ ଆର୍ମି ବର୍ଦ୍ଦି ପିନ୍ଧି ସୁଟିଂ ପାଇଁ ଯାଇଥିବାବେଳେ ସେଠାରେ ଡକାୟତ ସେମାନଙ୍କୁ ପ୍ରକୃତ ଆର୍ମି ଭାବୁଛନ୍ତି। ଯାହା କାହାଣୀରେ ଆଉ ଏକ ନୂଆ ଟ୍ବିଷ୍ଟ ଆଣୁଛି।

ଟ୍ରେଲରର କିଛି ସିନରେ ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ମଧ୍ୟରେ ଥଟ୍ଟାମଜା ଫ୍ୟାନ୍ସଙ୍କୁ ‘ହେରା ଫେରି’ର ସିନ୍ ମନେପକାଇଛି। ଏମିତିରେ ଉଭୟ କଳାକାର ଦୀର୍ଘ ବର୍ଷ ପରେ ଏକାଠି ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି। ଆହୁରି ମଧ୍ୟ ଟ୍ରେଲରରେ ଲିଡ୍ ହିରୋଙ୍କୁ ରିୟଲ ଲାଇଫ୍‌ ସହ ଜଡ଼ିତ କିଛି ମଜାଦାର କାହାଣୀ ରହିଛି।

ସୂଚନାଥାଉକି, ଫିଲ୍ମ ଜୁନ୍ ୨୬ରେ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ଗୁରୁବାର ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର ଲଞ୍ଚ ପାଇଁ YRF ଷ୍ଟଡିଓ ତରଫରୁ ଏକ ଭବ୍ୟ ଇଭେଣ୍ଟର ଆୟୋଜନ କରାଯାଇଥିଲା।  ଫିଲ୍ମରେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମରେ ୩୦ରୁ ଅଧିକ ଜଣାଶୁଣା ବଲିଉଡ ଅଭିନେତା- ଅଭିନେତ୍ରୀ ଅଛନ୍ତି। ସୁନୀଲ ସେଟ୍ଟୀ, ପରେଶ ରାଓ୍ବଲ, ଅରଶଦ ବାରସୀ, ରବୀନା ଟଣ୍ଡନ, ଦିଶା ପାଟନୀ, ଲାରା ଦତ୍ତା, ରାଜପାଲ ଯାଦବ, ଜନୀ ଲିଭର, କିକୁ ଶାରଦା, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ଜ୍ୟାକ ଶ୍ରଫ, ଉର୍ବଶୀ ରୌତେଲା, ​‌ଶ୍ରେୟସ ତଲପଡ଼େ, ତୁଷାର କପୂର, କ୍ରିଷ୍ଣା ଅଭିଷେକ, ଦଲେର ମେହନ୍ଦୀ ଭଳି ଅନେକ କଳାକାର ଜବରଦସ୍ତ ଆକ୍ଟିଂ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button