କାଳବୈଶାଖୀ ପ୍ରଭାବରେ ୨୦ ଯାଏଁ ବର୍ଷା, ୪୦ କିମି ବେଗରେ ବହିବ ପବନ

ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ୧୭ତାରିଖ(ମଙ୍ଗଳବାର) କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝରଓ ବାଲେଶ୍ୱରର କିଛି ସ୍ଥାନରେ ଘଡ଼ଘଡ଼ିସହ କୁଆପଥର ବର୍ଷା ଆଶଙ୍କା ଅଛି ।

ଭୁବନେଶ୍ୱର ୧୭।୦୩ : ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ୧୭ତାରିଖ(ମଙ୍ଗଳବାର) କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝରଓ ବାଲେଶ୍ୱରର କିଛି ସ୍ଥାନରେ ଘଡ଼ଘଡ଼ିସହ କୁଆପଥର ବର୍ଷା ଆଶଙ୍କା ଅଛି । ୩୦ରୁ ୪୦କିମି ବେଗରେ ପବନ ବି ବହିପାରେ ବୋଲି ପାଣିପାଗ ବିଭାଗପୂର୍ବାନୁମାନ କରିଛି।

୧୮ ତାରିଖରେଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିସ୍ଥାନରେ ଝଡ଼ ବର୍ଷା ହୋଇପାରେ ।୧୯ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପକିଛି ସ୍ଥାନରେ ବର୍ଷା ହୋଇପାରେ । ୨୦ ତାରିଖରେ ଉତ୍ତର ଓ ଦକ୍ଷିଣଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀପ୍ରଭାବରୁ ବର୍ଷା ଆଶଙ୍କା ଥିବା ପାଣିପାଗବିଭାଗ ଆକଳନ କରିଛି । ସୋମବାରଜଗତସିଂହପୁର ଓ ପାରାଦୀପରେସାମାନ୍ୟ ବର୍ଷା ହୋଇଛି ।

ସୌଜନ୍ୟ Prameya News7

Exit mobile version