ଭୁବନେଶ୍ଵର: ଦେଶରେ କିଶୋରୀମାନଙ୍କୁ ଦିଆଯିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ଆସନ୍ତା ୨୮ରେ ଏହି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଏବଂ ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ ଦିଆଯିବ । ରାଜ୍ୟରେ ମଧ୍ୟ ଏନେଇ କାର୍ଯ୍ୟକ୍ରମ ହାତକୁ ନେବେ ମୋହନ ସରକାର ।
କିଶୋରୀଙ୍କୁ ଦିଆଯିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୧୪ ବର୍ଷ ଯାଏଁ ଝିଅଙ୍କୁ ଗୋଟିଏ ଡୋଜ ଦିଆଯିବ । ସେହିଭଳି ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ଝିଅମାନଙ୍କୁ ୩ଟି ଡୋଜ ଦିଆଯିବ । ରାଜ୍ୟରେ ମଧ୍ୟ ଏନେଇ କାର୍ଯ୍ୟକ୍ରମ ହାତକୁ ନେବେ ମୋହନ ସରକାର । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ । ଏଥି ପାଇଁ ୩୧୧ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗର ଚିକିତ୍ସା କରାଯିବ ।
ଟୀକାକରଣ ନେଇ ଗାଇଡଲାଇନ୍ ଆଣିଛନ୍ତି ଭାରତ ସରକାର । ଏହି ଗାଇଡ୍ ଲାଇନ୍ ଅନୁସାରେ ୯ରୁ୧୪ ବର୍ଷର ଝିଅମାନଙ୍କୁ HPV ଟିକା ଦେବାକୁ ପରାମର୍ଶ ଦିଆଯାଇଛି।ଏହାକୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଭିତରେ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି ।୩୦ ବର୍ଷ ବୟସରୁ ଅଧିକ ମହିଳାଙ୍କୁ ପ୍ରତି ୫ ବର୍ଷରେ ଥରେ ସ୍କ୍ରିନିଂ କରାଇବାକୁ ଦିଆଯାଇଛି ପରାମର୍ଶ । ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସ୍କ୍ରିନିଂ ବ୍ୟବସ୍ଥା ହେବ ।
ସଚେତନତା ଓ ପ୍ରଚାର ପାଇଁ ସ୍କୁଲ୍ ଓ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ମାଧ୍ୟମରେ ମହିଳାଙ୍କୁ ଏନେଇ ସଚେତନ କରାଯିବ । ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଗରିବ ମହିଳାମାନଙ୍କ ପାଇଁ ମାଗଣା ସ୍କ୍ରିନିଂ ଓ ଚିକିତ୍ସା ସୁବିଧା କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ଖର୍ଚ୍ଚ ଭରଣପୋଷଣ କରାଯିବ।ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ଜରାୟୁ କର୍କଟ ମାମଲା ଓ ମୃତ୍ୟୁହାର ହ୍ରାସ କରିବା ।
ଭାରତରେ ପ୍ରତିବର୍ଷ ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟରେ ପ୍ରାୟ ୭୬ହଜାରରୁ ୮୦ ହଜାର ମହିଳା ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ ନେଇ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ସଠିକ ସମୟରେ ସ୍କ୍ରିନିଂ ଏବଂ ଟୀକାକରଣ ଦ୍ବାରା ଏହି ରୋଗରୁ ରକ୍ଷା ମିଳିପାରିବ । ତେଣୁ ଏଭଳି ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ମୋଦି ସରକାର ।
ସୌଜନ୍ୟ Prameya News7
