କେତେ ଧନୀ ଇଶାନ କିଷନଙ୍କ ଗର୍ଲଫ୍ରେଣ୍ଡ ? ଜାଣନ୍ତୁ ଅଦିତିଙ୍କ ନେଟ୍‌ୱର୍ଥ…

କ୍ରିକେଟର ଇଶାନ କିଶନଙ୍କ ବିବାହ ଗୁଜବ ଏବେ ଜୋର ଧରିଛି। ଖବର ଆସିଛି ଯେ ଇଶାନ କିଶନ ଜୟପୁରର ମଡେଲ ଏବଂ ଉଦ୍ୟୋଗୀ ଅଦିତି ହୁଣ୍ଡିଆଙ୍କ ସହ ସମ୍ପର୍କରେ ଅଛନ୍ତି। ସେ ଖୁବ୍ ଶୀଘ୍ର ଅଦିତିଙ୍କୁ ବିବାହ କରିପାରନ୍ତି।

ନୂଆଦିଲ୍ଲୀ ୧୬।୦୨;  ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟସମ୍ୟାନ୍ ଇଶାନ କିଶନ। ତାଙ୍କ ପ୍ରେମିକା ଅଦିତି ହୁଣ୍ଡିଆ ଏବେ ଚର୍ଚ୍ଚାରେ ଅଛନ୍ତି। କ୍ରିକେଟର ଇଶାନଙ୍କ ଜେଜେବାପା ଅନୁରାଗ ପାଣ୍ଡେ ସେମାନଙ୍କ ସମ୍ପର୍କକୁ କନଫର୍ମ କରିଛନ୍ତି। ଏତିକି ହିଁ ନୁହେଁ ବିବାହ ପାଇଁ ସମ୍ମତି ମଧ୍ୟ ଦେଇଛନ୍ତି। କୁହାଯାଉଛି ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଇଶାନ କିଶନଙ୍କ ସହ ତାଙ୍କ ବିବାହର ଗୁଜବ ପରେ ଫ୍ୟାନ୍ସମାନେ ଗୁଗଲ୍ ସର୍ଚ୍ଚ ଜାରି ରଖିଛନ୍ତି। ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଏହା ସହ ତାଙ୍କ ବ୍ୟାକଗ୍ରାଉଣ୍ଡ, ଶିକ୍ଷା ଏବଂ ଜୀବନଶୈଳୀ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି।

ଅଦିତି ହୁଣ୍ଡିଆ ରାଜସ୍ଥାନର ରାଜଧାନୀ ଜୟପୁର ବାସିନ୍ଦା । ତାଙ୍କ ବାପା ଲଲିତ ହୁଣ୍ଡିଆ ସେ ଜଣେ ନାମୀଦାମୀ ବ୍ୟବସାୟୀ। ଅଦିତି ଏକ ଉଚ୍ଚ ଶ୍ରେଣୀର ଜୈନ ପରିବାରରୁ ଆସିଛନ୍ତି । ଅଦିତି ପେଶାରେ ଜନେ ମଡେଲ ଏବଂ ବ୍ଲଗର। ୨୦୧୬ ରୁ ମଡେଲିଂରେ ଆକ୍ଟିଭ୍। ଅଦିତି ଜୟପୁରରେ ନିଜର ଫ୍ୟାଶନ୍ ଆଉଟଲେଟ୍ ମଧ୍ୟ ଖୋଲିଛନ୍ତି। ଅଦିତି ତାଙ୍କର ସମ୍ପୂର୍ଣ୍ଣ ଶିକ୍ଷା ଜୟପୁରରେ ସମାପ୍ତ କରିଛନ୍ତି। ମଡେଲିଂ ବ୍ୟତୀତ, ଅଦିତି ତାଙ୍କ ମାଆଙ୍କ ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ। ରିପୋର୍ଟ ଅନୁଯାୟୀ, ସେ ଏବଂ ତାଙ୍କ ମାଆ “ସଙ୍ଗିନୀ” ଗୋଷ୍ଠୀ ସହିତ ଜଡିତ। ଯାହା ଅନାଥ ପିଲାମାନଙ୍କୁ ସାହାଯ୍ୟ କରେ।

ଅଦିତି ହୁଣ୍ଡିଆଙ୍କ ମୋଟ ସମ୍ପତ୍ତି ଏବଂ ଆୟର ଉତ୍ସ

ଆଦିତା ହୁଣ୍ଡିଆ, ମଡେଲିଂ ବ୍ୟତୀତ, ଜଣେ ଫ୍ୟାଶନ୍ ଇନଫ୍ଲୁଏନ୍ସର ଏବଂ ବ୍ୟବସାୟୀ। ତାଙ୍କର ମୋଟ ସମ୍ପତ୍ତି ୧୬ ରୁ ୨୫ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ତାଙ୍କ ଆୟର ଏକ ପ୍ରମୁଖ ଅଂଶ ତାଙ୍କ ନିଜସ୍ୱ ଫ୍ୟାଶନ୍ ବ୍ରାଣ୍ଡରୁ ଆସିଥାଏ। ଇନଷ୍ଟାଗ୍ରାମରେ ତାଙ୍କର ୩ ଲକ୍ଷରୁ ଅଧିକ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଅଛନ୍ତି। ଯେଉଁଠାରେ ସେ ବିଭିନ୍ନ ବ୍ରାଣ୍ଡର ପ୍ରଚାର କରନ୍ତି। ସଂଗୀତ ଆଲବମ୍ ଏବଂ ମଡେଲିଂ ବ୍ୟତୀତ, ସେ ବିଜ୍ଞାପନ ମାଧ୍ୟମରେ ମଧ୍ୟ ରୋଜଗାର କରନ୍ତି।

ସୌଜନ୍ୟ Prameya News7

Exit mobile version