ରାଜ୍ୟ

ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି

ବ୍ରହ୍ମପୁର :ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖ ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି। କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ମିଳିନଥିଲେ ମଧ୍ୟ ୪ ତାରିଖ ରେ ଗଞ୍ଜାମର ତପ୍ତପାଣି ଠାରେ ଆଦିବାସୀ ଶବର ସମାଜ ର ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବା ସମ୍ଭାବନା ରହିଛି। ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଶବର ସମାଜ କର୍ମକର୍ତ୍ତା ସାମିଲ ହେବେ। ତପ୍ତପାଣି ଗଞ୍ଜାମ ଓ ଗଜପତି ଜିଲ୍ଲା ର ସୀମା ରେ ରହିଥିବା ରୁ ଏଠାରେ କାର୍ଯକ୍ରମ ଆୟୋଜିତ ହେଉଥିବା କୁହାଯାଉଛି। ତେବେ ଏ ସଂକ୍ରାନ୍ତ ରେ କୌଣସି ନିର୍ଦିଷ୍ଟ ସୂଚନା ଓ ତାରିଖ କିମ୍ବା କାର୍ଯକ୍ରମ ଚୂଡ଼ାନ୍ତ ହୋଇନଥିବା ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ କହିଛନ୍ତି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button