ରାଜ୍ୟ

ଘରେ ଶୋଇଥିଲେ, ଆଉ ଉଠିଲେନି

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେପୁର ବ୍ଲକ ପଢୁଆଁ ଗାଁରେ ଅଘଟଣ ଘଟିଛି। ଶୋଇବା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ୪୦ ବର୍ଷୀୟ ରାଜେଶ କୁମାର ପାଢ଼ୀ। ରାଜେଶ ପଢୁଆଁ ସେବା ସମବାୟ ସମିତିର ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ରାଜେଶ ପରିବାର ସହ ଘରେ ରହିଥିଲେ। ସକାଳେ ଉଠିବା ବିଳମ୍ବ ହେବାରୁ ପାଖଲୋକ ଡାକ ପକାଇଥିଲେ। ହେଲେ ଘରେ ସ୍ତ୍ରୀ ପିଲା ନଥିବା ଆଉ ରାଜେଶ ସଜ୍ଞାହୀନ ଅବସ୍ଥାରେ ବିଛଣାରେ ପଡ଼ିଥିବା ଦେଖି ହତବାକ ହୋଇଥିଲେ। ତୁରନ୍ତ ପଡୋଶୀ ଉଦ୍ଧାର କରି ବାସୁଦେପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ରାଜେଶକୁ ମୃତ ଘୋଷଣା କରିଥିଲେ। ରାଜେଶର ମୃତ୍ୟକୁ ସହଜରେ ଗ୍ରହଣ କରିପାରିବେ ନାହାନ୍ତି ପରିବାର ସହ ଗ୍ରାମବାସୀ। ରାଜେଶର ବାମ ହାତରେ ଗଭୀର କ୍ଷତ ଚିହ୍ନକୁ ନେଇ ନାନା କଥା ଶୁଣା ଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button